ସାରନାଥ ଓ ନୂଆ ସଂସଦ ଭବନ ଉପରେ ଲାଗିଥିବା ଅଶୋକ ସ୍ତମ୍ଭ ସମାନ: କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ

ନୂଆଦିଲ୍ଲୀ: ଜାତୀୟ ପ୍ରତୀକ (ନ୍ୟାସନାଲ ଏମ୍ବ୍ଲେମ)କୁ ନେଇ ଜାରି ବିବାଦ ସଂସଦକୁ ପହଞ୍ଚିଛି। ଏ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଘେରିଥିବା ବେଳେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ସାରନାଥରେ ଥିବା ମୂଳ ଜାତୀୟ ପ୍ରତୀକର ଆକାର ବୃଦ୍ଧି କରାଗଲେ ଅଥବା ନୂଆ ସଂସଦ ଭବନ ଉପରେ ସ୍ଥାପିତ ମୂର୍ତ୍ତିର ଆକାର ଛୋଟ କରାଗଲେ  ଉଭୟ ମଧ୍ୟରେ ବିଶେଷ  ଅନ୍ତର ଦେଖାଯିବନି ।

ବିରୋଧୀ ଦଳ ଗୃହରେ ସରକାର ରାଷ୍ଟ୍ରୀୟ ପ୍ରତୀକକୁ ବଦଳାଇଥିବାର ଅଭିଯୋଗ ଆଣିଥିଲେ। ଏଣୁ ଏହାକୁ ତୁରନ୍ତ ବଦଳାଇବାକୁ ଦାବି କରିଥିଲେ। ସାରନାଥରେ ଥିବା ମୂଳ ପ୍ରତିମାଟି ମାଟି ଉପରେ ରହିଛି। ତେବେ ନୂଆ ସଂସଦ ଭବନ ଉପରେ ସ୍ଥାପିତ ଜାତୀୟ ପ୍ରତିକଟି ଭୂମିରୁ ୩୩ ମିଟର ଉଚ୍ଚରେ ରହିଛି। ସେଣ୍ଟ୍ରାଲ ଭିଷ୍ଟା ରି ଡେଭଲପମେଣ୍ଟ ପ୍ରକଳ୍ପରେ ନୂଆ ସଂସଦ ଭବନର ନିର୍ମାଣ ଦାୟିତ୍ୱ ପୁରୀଙ୍କ ମନ୍ତ୍ରାଳୟଙ୍କ ଦାୟିତ୍ୱରେ ଚାଲିଛି। ଏଣୁ ପ୍ରସଙ୍ଗରେ ପୁରୀ ଗୃହରେ ଜବାବ ରଖିଛନ୍ତି।

ସେ କହିଛନ୍ତି ଯେ ଉଭୟ ସଂରଚନାର ତୁଳନା କରିବାକୁ ଗଲେ କୋଣ, ଉଚ୍ଚତା ଓ ମାପର ପ୍ରଭାବକୁ ଦେଖିବାର କଥା। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ତଳୁ ସାରନାଥ ପ୍ରତୀକକୁ ଦେଖୁଛନ୍ତି ସେ ସେତିକ ଶାନ୍ତ ଓ କ୍ରୋଧିତ ଦେଖାଯିବ ଯାହା ନୂଆ ପ୍ରତିକୃତିରେ ଦେଖା ଯାଉଛି। ଏଥିରେ ମୂଳ ପ୍ରତୀକର ବାସ୍ତବିକ ପ୍ରତିକୃତିକୁ ଯଦି ସଂସଦ ଭବନ ଉପରେ ସ୍ଥାପିତ କରିଦିଆଯାଏ ତେବେ ଏହା ଦୂରରୁ ଦେଖାଯିବନି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ବିଶେଷଜ୍ଞମାନଙ୍କୁ ଏହା ଜ୍ଞାତ ହେବା ଦରକାର ମୂଳ ପ୍ରତୀକଟି ଜମି ଉପରେ ରହିଛି ଓ ଏହାର ପ୍ରତିକୃତିଟି ଭୂମିରୁ ୩୩ ମିଟର ଉଚ୍ଚରେ ରହିଛି। ଏଣୁ ସେ ଅନ୍ୟ ଏକ ଟ୍ୱିଟ୍‌ରେ ଯଦି ସାରନାଥରେ ଥିବା ଜାତୀୟ ପ୍ରତୀକର ଆକାର ବଢା ଯାଏ ଓ ସଂସଦ ଭବନ ଉପରେ ସ୍ଥାପିତ ପ୍ରତୀକକୁ ଛୋଟ କରାଯାଏ ତେବେ ଉଭୟ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ରହିନପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ସଂସଦ ଭବନ ଉପରେ ଏହି ପ୍ରତିକୃତିକୁ ପ୍ରଧାନମନ୍ତ୍ରୀ ନିକଟରେ ଉଦଘାଟନ କରିଛନ୍ତି।

Related Articles

Back to top button