ଜାପାନରେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ

କଟକ: ଅନେକ ଓଡ଼ିଆ ନିଜ ପ୍ରତିଭା ବଳରେ ଦେଶବିଦେଶରେ ନାମ ଅର୍ଜନ କରୁଛନ୍ତି। ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ସହ ଅଧିକ ଜ୍ଞାନ ଅର୍ଜନ କରିବା ପାଇଁ ଜାପାନ ସରକାରଙ୍କ ଶିକ୍ଷା ବିଭାଗର ନିମନ୍ତ୍ରଣ କ୍ରମେ ଓଡ଼ିଆ ମନୋବିଜ୍ଞାନୀ ଶୀତଲ ଜେଠୀ ଗତ ୮ ତାରିଖରେ ସେଠାକୁ ଯାଇଛନ୍ତି। କୋମଳମତି ଶିଶୁଙ୍କୁ କିପରି ସହଜ ଓ ସରଳ ଉପାୟରେ ଜ୍ଞାନ ପ୍ରଦାନ କରିହେବ ସେନେଇ ସେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଚାଲିଛନ୍ତି।
ଶିଶୁ ଓ ଶିକ୍ଷକଙ୍କ ମନସ୍ତାତ୍ତ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ସେ ଅନେକ ସନ୍ଦର୍ଭ ଲେଖିଛନ୍ତି ା ସେ ୟାମାନାସୀ ୟୁନିଭର୍ସିଟି ଓ ଟୋକିଓରେ ତାଙ୍କର ଅର୍ଜିତ ଜ୍ଞାନ ଓ ଅଭିଜ୍ଞତାକୁ ଶିକ୍ଷକମାନଙ୍କୁ ପ୍ରଦାନ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ା ପିଲାଟି ଦିନରୁ ଶିଶୁଙ୍କ ପ୍ରତି ଥିବା ଆଗ୍ରହ ତାଙ୍କୁ ବିକାଶ ଦିଗରେ ଆଗେଇ ନେଇଛି। ଓଡ଼ିଶାରେ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଥିବା ଶୀତଲ ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁ ଯାଇ ଶିଶୁ ମନୋବିଜ୍ଞାନରେ ବହୁ ଜ୍ଞାନ ଅର୍ଜନ କରିଥିଲେ ା ତାଙ୍କ ଲିଖିତ ସନ୍ଦର୍ଭମାନ ଅନେକ ଶିକ୍ଷାବିତ୍‌ଙ୍କ ଦ୍ୱାରା ପ୍ରଶଂସା ଲାଭ କରିଛି ା କଟକ ଡଗରପଡ଼ା ନିବାସୀ ଆର୍ଟିଷ୍ଟ ଶାରଦା ଚରଣ ଜେଠୀ ଓ ଲେଖିକା ଲଳିତା ସାହୁଙ୍କ ଜ୍ୟେଷ୍ଠା କନ୍ୟା ଶୀତଲ ା ତାଙ୍କ ସ୍ବାମୀ ଦିବଂଗତ ଶ୍ଳୋକ ଆର୍ଯ୍ୟଙ୍କ ଗତ ବର୍ଷ କରୋନା ମହାମାରୀରେ ମାତ୍ର ୪୩ ବର୍ଷରେ ପରଲୋକ ଘଟିଥିଲା ା ଶ୍ଳୋକ ଜଣେ ବୈଜ୍ଞାନିକ ଥିଲେ। ସ୍ବାମୀଙ୍କୁ ହରାଇଥିବା ଶୀତଲ ଦୁଃଖରେ ଭାଙ୍ଗି ନ ଯାଇ ୧୦ ବର୍ଷର ପୁଅ ଏବଂ ବୃଦ୍ଧ ମାତାପିତାଙ୍କ ପାଇଁ ଆଗକୁ ବଢ଼ିବା ଲାଗି ଦୃଢ଼ମନା ହୋଇଥିଲେ। ନିରନ୍ତର ଅଧ୍ୟବସାୟ ଓ ଶିଶୁ ମନୋବିଜ୍ଞାନ ଉପରେ ଗବେଷଣା ତାଙ୍କୁ ବହୁ ଉଚ୍ଚ ସ୍ଥାନକୁ ନେଇ ପହଞ୍ଚାଇପାରିଛି ା ଝିଅର ଏପରି କାର୍ଯ୍ୟ ପାଇଁ ବାପା ଶାରଦା ନିଜେ ଗର୍ବିତ ବୋଲି କହିଛନ୍ତି। କାରଣ କଟକରେ ତାଙ୍କୁ ସମସ୍ତେ ଶୀତଲଙ୍କ ବାପା ନାମରେ ଡାକୁଛନ୍ତି ା ଝିଅ ନାମରେ ସେ ଅଧିକ ପରିଚିତ ହେଉଛନ୍ତିି ା ଏହାଠାରୁ ଗର୍ବର ବିଷୟ ଜଣେ ବାପାଙ୍କ ପାଇଁ ଆଉ କିଛି ନାହଁ ବୋଲି ସେ କହିଛନ୍ତି ା

Related Articles

Back to top button