ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ସହଯୋଗୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ କରିଛି। ଘଟଣାସ୍ଥଳରେ ନୋଟ୍ ଗଣତି ପାଇଁ ତଦନ୍ତକାରୀ ସଂସ୍ଥା ଇଡି ଅନେକ ମେସିନ୍ ବ୍ୟବହାର କରୁଛି ।

୨୦୨୩ରେ ମଧ୍ୟ ଗ୍ରାମୀଣ ବିକାଶ ବିଭାଗର ମୁଖ୍ୟ ଅଧିକାରୀ ବୀରେନ୍ଦ୍ର କେ ରମନଙ୍କ ଘରୁ ଟଙ୍କା ଜବତ ହୋଇଥିଲା । ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏହା କଳାଧନ ବୋଲି ଇଡି କହିଥିଲା । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡରେ ରାଲି କରିବାବେଳେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ଝାଡଖଣ୍ଡରେ ସକ୍ରିୟ ହୋଇଛି ଇଡି ।

Related Articles

Back to top button