ସଂସଦରେ ଶାସକ ଦଳ ନେତା ପିନ୍ଧିଲେ ମାସ୍କ, ବିରୋଧୀ ଦଳର ନେତା ପିନ୍ଧିଲେନି

MASK-RETURN-IN-PARLIAMENT

ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ କୋଭିଡ ବିରୋଧରେ ମାସ୍କ ଯଥେଷ୍ଟ ପ୍ରଭାବଶାଳୀ ଏବଂ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ମାସ୍କ ପିନ୍ଧିବାରେ କୌଣସି କ୍ଷତି ନାହିଁ କାରଣ ଏହା ବାୟୁମଣ୍ଡଳରେ ଥିବା ପ୍ରଦୂଷକୁ ଏହା ସୁରକ୍ଷା ଦିଏ ବୋଲି ଏହା କହିଛନ୍ତି।

ଚୀନରେ ଚିହ୍ନଟ ହୋଇଛି ଓମିକ୍ରନର BF.7 ସବ୍-ଭାରିଆଣ୍ଟ। ଯେଉଁଥିପାଇଁ ସେଠାରେ ସଂକ୍ରମଣ ଅଧିକ ବଢିବାରେ ଲାଗିଛି। ଏହାରି ଭିତରେ ଓଡ଼ିଶାର ଜଣେ ଏବଂ ଭାରତରେ ଚାରୋଟି ମାମଲା ଚିହ୍ନଟ ହୋଇଥିବା ସୂଚନା ରହିଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସଂସଦର ଉଭୟ ସଦସ୍ୟଙ୍କ ମୁହଁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ କିନ୍ତୁ ବିରୋଧୀ ଦଳର ନେତାମାନେ ମାସ୍କ ପିନ୍ଧି ନଥିଲେ, ଯାହାକି କୋଭିଡ ଗାଇଡଲାଇନ ପ୍ରତି ସେମାନଙ୍କର ମନୋଭାବ ପ୍ରଦର୍ଶନ କରିଥାଏ ବୋଲି ସେ କହିଛନ୍ତି।

Related Articles

Back to top button