ଗୋଇଠିରେ ଆଘାତ ପାଇଁ ଲଣ୍ଡନରେ ହେଲା ସାମିଙ୍କର ସଫଳ ଅସ୍ତ୍ରୋପଚାର

ଗୋଇଠିରେ ଯନ୍ତ୍ରଣା କାରଣରୁ ଅସ୍ତ୍ରୋପଚାର ଲାଗି ଦଳରୁ ବାହାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମି । ଗୋଇଠିରେ ଆଘାତ ପାଇଁ ଲଣ୍ଡନରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ଏବଂ ସେହି ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଶାମି । ଶାମି ଲେଖିଛନ୍ତି ଯେ ତାଙ୍କ ଗୋଇଠି ଅସ୍ତ୍ରୋପଚାର ସଫଳ ହୋଇଛି କିନ୍ତୁ ସମୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ପୋଷ୍ଟ ସହିତ ଶାମି ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଗୋଇଠିରେ ସମସ୍ୟା ସତ୍ୱେ ଶାମି ୨୦୨୩ ବିଶ୍ୱକପ ଖେଳିବା ସହ ରେକର୍ଡ ସୃଷ୍ଟି କରିଥିଲେ ।

Related Articles

Back to top button