ଟୋଲଗେଟ୍‌ର ବ୍ୟାରିକେଡ୍‌ ଭାଙ୍ଗି ମାଫିଆ ବୋହି ନେଇଗଲେ ୧୩ ଟ୍ରକ୍‌ ବାଲି

ଲକ୍ଷ୍ନୌ: ବଢ଼ି ଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ସହରରେ ବେଫିକର ବୁଲୁଛନ୍ତି ମାଫିଆ। ପୁଲିସକୁ ଜମାରୁ ବି କରୁନାହାନ୍ତି ଭୟ। ଟୋଲ ଗେଟ୍‌ର ବ୍ୟାରିକେଡ୍‌ ଭାଙ୍ଗି ବୋହି ନେଇଗଲେ ୧୩ ଟ୍ରକ୍‌ ବାଲି। ଆଉ ଜଳକା ସାଜିଲେ ଟୋଲ କର୍ମଚାରୀ। ଆଖି ଆଗରେ ସବୁ କିଛି ଘଟି ଯାଇଥିଲେ ସୁଦ୍ଧା ଟୋଲ କର୍ମଚାରୀମାନେ କିଛି କରିପାରିଲେ ନାହିଁ। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶରେ।

ଉତ୍ତରପ୍ରଦେଶର ଆଗ୍ରା ସ୍ଥିତ ଏକ ଟୋଲ୍‌ ଗେଟ୍‌ରେ ୧୩ଟି ଟ୍ରାକ୍ଟର ନିର୍ଭୟରେ ବ୍ୟାରିକେଡ୍‌ ଭାଙ୍ଗିଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ୍‌ ହୋଇଛି। ୫୩ ସେକେଣ୍ଡର ଭିଡିଓରେ ୧୩ଟି ଟ୍ରାକ୍ଟର ଦ୍ରୁତ ବେଗରେ ଟୋଲ ପ୍ଲାଜା ଦେଇ ଯାଉଥିବା ଦେଖିବାକୁ ମିଳିଛି।

ଉକ୍ତ ଟ୍ରକ୍‌ଗୁଡିକରେ ବାଲି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଟୋଲ ପ୍ଲାଜାରେ କାର୍ଯ୍ୟ କରୁଥିବା ଲୋକମାନେ ଟ୍ରକ୍‌ଗୁଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଟ୍ରାକ୍ଟରଗୁଡିକ ସ୍ଥାନୀୟ ବାଲି ମାଫିଆଙ୍କ ବୋଲି ସନ୍ଦେହ କରାଯାଉଛି। ପୁଲିସ ବାଲି ମାଫିଆଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ଖୋଲତାଡ କରୁଛି ପୁଲିସ।

ସେପଟେ ବାଲି ମାଫିଆଙ୍କ ଏହି ଗୁଣ୍ଡାରାଜକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।

Related Articles

Back to top button