ଅଲ୍ଟିମେଟ ଖୋ ଖୋ: ଓଡିଶା ଜଗରନଟ ଚାମ୍ପିୟନ

ପୁଣେ: ପୁଣେର ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଚାମ୍ପିୟନଶିପର ଉଦଘାଟନୀ ସଂସ୍କରଣର ଟାଇଟଲ ହାତେଇଛି ଓଡିଶା ଜଗରନଟ । ତେଲୁଗୁ ଯୋଦ୍ଧାଙ୍କୁ ୪୬-୪୫ ରୋମାଂଚକ ମୁକାବିଲାରେ ମାତ ଦେଇଥିଲା ଓଡିଶା ଟିମ । ଶେଷ ମୂହର୍ତରେ ସୁରଜ ଲାଣ୍ଡେ ଚମତ୍କାର ସ୍କାଏ ଡାଇଭ ଓଡିଶାକୁ ଏହି ଟାଇଟଲ ହାତେଇବାରେ ସହାୟ ହୋଇଥିଲା । ତୃତୀୟ ଟର୍ଣ୍ଣ ବେଳକୁ ତେଲୁଗୁ ଯୋଦ୍ଧା ୪୧-୨୭ର ଅଗ୍ରଣୀ ହାସଲ କରି ନେଇଥିଲା । ମାତ୍ର ଏହା ପରେ ସଚିନ ଭାର୍ଗୋଙ୍କ ପ୍ରଭାବୀ ପ୍ରଦର୍ଶନ ମ୍ୟାଚକୁ ୪୫-୪୩ ସ୍ଥିତିକୁ ଆଣି ଦେଇଥିଲା । ଶେଷ ୧.୨୪ ମିନିଟ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚ ସରିବାକୁ ୧୪ ସେକେଣ୍ଡ ବାକିଥିବା ବେଳେ ସୁରଜ ଡାଇଭ କରି ଅବଧୂତ ପାଟିଲଙ୍କୁ କ୍ୟାପଚର କରିଥିଲେ । ଏହି ୩ ପଂଏଟ ଓଡିଶାକୁ ବିଜୟୀ କରାଇଥିଲା।

ଫାଇନାଲ ପୂର୍ବରୁ ବଲିଉଡର ଲୋକପ୍ରିୟ ଗାୟକ ମୋହିତ ଚୌହ୍ୱାନ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଲାୟନ୍ସ କ୍ରିଉ ଟିମର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଜୟ ଓଡିଶା ଟିମ ୧କୋଟି ପୁରସ୍କାର ରାଶି ହାତେଇଥିଲା।

Related Articles

Back to top button