ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଇବାକୁ ଦିିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିିଲ୍ଲୀ ହାଇକୋର୍ଟ ସରକାରୀ ସ୍କୁଲରେ ବାଳିକାଙ୍କୁ ସାନିଟାରୀ ନାପକିନ୍‌ ଯୋଗାଇଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କିଶୋରୀ ଯୋଜନା ମାଧ୍ୟମରେ ଦିଲ୍ଲୀର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଣ ପୂର୍ବରୁ ଜାରି ରହିଥିଲା।

ତେବେ ୨୦୨୧ ଜାନୁୟାରୀଠାରୁ ଏହାକୁ ବନ୍ଦ ରଖାଯାଇଥିଲା। ଏନେଇ ଏନଜିଓ ସୋସିଆଲ ଜଷ୍ଟିସ୍‌ ପକ୍ଷରୁ ଆଇନଜୀବୀ ଆଶୋକ ଅଗ୍ରଓ୍ବାଲ ଏବଂ ଉତ୍କର୍ଷ କୁମାରଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାଖଲ କରାଯାଇଥିଲା।

ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ଶର୍ମା ଏବଂ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପୁଣି ଏହୀ ଯୋଜନାକୁ ଜାରି ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିବା ଆଇନଜୀବୀ ଏସ୍‌.କେ. ତ୍ରିପାଠୀ ଖୁବ୍‌ ଶୀଘ୍ର ଏନେଇ ନୂଆ ଟେଣ୍ଡର ଜାରି ହେବ ବୋଲି ସୂଚନା ଦେଇଛନ୍ତି।

Related Articles

Back to top button