ବାଲେଶ୍ୱର ଜିଲାରେ ୧୫୦୩ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ପାସ୍‌ କଲେ

ବାଲେଶ୍ୱର: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡରେ ୭୨୦୧, ବି-୧ ଗ୍ରେଡରେ ୮୩୮୭, ବି-୨ ଗ୍ରେଡରେ ୬୩୮୨, ସି ଗ୍ରେଡରେ ୩୮୪୧, ଡି ଗ୍ରେଡରେ ୧୯୧୦, ଇ ଗ୍ରେଡରେ ୪୪୦ ଓ ଏଫ ଗ୍ରେଡରେ ୨୫୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଜିଲାରେ ସମୁଦାୟ ୨୯,୫୬୪ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ତନ୍ମଧ୍ୟରୁ ୧୪୫୬୫ ଜଣ ଛାତ୍ର ଓ ୧୫୦୯୯ ଜଣ ଛାତ୍ରୀ ରହିଛନ୍ତି। ଏଥର ମଧ୍ୟ ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଏହାସହିତ ଜିଲାରେ ପାସ ହାର ୯୦.୫୯ ପ୍ରତିଶତ ରହିଥିବା ବୁଧବାର ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଛି।

Related Articles

Back to top button