ମିସେସ୍ ୱାର୍ଲଡ଼ ୨୦୨୨ ମୁକୁଟ ପିନ୍ଧିଲେ ସରଗମ୍‌ କୌଶଲ

ନୂଆଦିଲ୍ଲୀ: ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ବ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍‌ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ  । ଏହି ମିସ୍‌ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରାଉନ ଜିତିଛନ୍ତି ସରଗମ୍ । ଆଉ ଦେଶ ପାଇଁ ଆଣିଛନ୍ତି ଗୌରବ ।

ସରଗମ୍‌ କୌଶଲ ଜମ୍ମୁର ଜମ୍ମୁର ଜଣେ ଶିକ୍ଷୟିତ୍ରୀ ତଥା ମଡେଲ୍  । ତାଙ୍କ ସ୍ୱାମୀ ଜଣେ ଭାରତୀୟ ନୌସେନା  । ୨୦୧୮ରେ ସରଗମ୍‌ ବିବାହ କରିଥିଲେ । ପରେ ସେ ତାଙ୍କ ପ୍ୟାସନକୁ ଫଲୋ କରିବାକୁ ଯାଇ ୨୦୨୨ ବ୍ୟୁଟି ପିଜାଣ୍ଟ ପାଇଁ ପ୍ରସ୍ତୁତ ହେବା ସହ ଅଂଶଗ୍ରହଣ କରିଥିଲେ ।୨୦୨୧ର କ୍ରାଉନ ବିଜେତା ୟୁଏସର ସେଲିନ୍ ଫର୍ଡ ମୁମ୍ବାଇ ବେସଡ଼ ସରଗମ କୌଶଲଙ୍କୁ କ୍ରାଉନ ପିନ୍ଧାଇଛନ୍ତି ।

Related Articles

Back to top button