
ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗର ଏସ୍ଓପି ଜାରି
ସକାଳୁଆ ଚାଲିବ ଉଚ୍ଚଶିକ୍ଷା ଅନୁଷ୍ଠାନ। ଏଥି ପାଇଁ ଏସ୍ଓପି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ୍ ଓ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗର ଏସ୍ଓପିରେ ଉଲ୍ଲେଖ କରାଯାଇଛି।ଏଥି ସହିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ପ୍ରଚୁର ପରିମାଣର ପାନୀୟ ଜଳ ଓ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜରେ ଓ ପରୀକ୍ଷା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସାମଗ୍ରୀ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଏଥି ସହିତ ଗ୍ରୀଷ୍ମ ପ୍ରବାହ ମୁକାବିଲା ସହ ଏସ୍ଓପି ପାଳନ ତଦାରଖ ପାଇଁ ସ୍ବାଡ୍ ଗଠନ ହେବ। ଏନେଇ ରାଜ୍ୟ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି।