ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୁନମ ଜୈନଙ୍କୁ ଆଗୁଆ ଜାମିନ ମିଳିଛି । ଦିଲ୍ଲୀର ରାଓଜ ଏଭେନ୍ୟୁ କୋର୍ଟ ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ପୁନମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଉକ୍ତ ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୦ରେ ହେବ ବୋଲି ଜଣାପଡ଼ିଛି । ଏହାପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମେ’ ୩୦ରେ ଇଡି ଗିରଫ କରିଥିଲା । ଦିଲ୍ଲୀର ଏକ କୋର୍ଟ ମନି ଲଣ୍ଡ୍ରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ, ତାଙ୍କ ପତ୍ନୀ ଓ ଅନ୍ୟ ୮ଜଣଙ୍କ ବିରୋଧରେ ଇଡି ଦାୟର କରିଥିବା ଚାର୍ଜସିଟକୁ ଦେଖିଥିଲେ । ଉକ୍ତ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କୋର୍ଟ ଦର୍ଶ।।ଇଥିଲେ ।

Related Articles

Back to top button