ସ୍କୁଲରେ ଗଣିତ ଶିକ୍ଷକ ଚାକିରୀ ପାଇଁ ବାହାରିଲା ବିଜ୍ଞାପନ, ଫୋନ କରିବାକୁ ହେଲେ ସମାଧାନ କରିବାକୁ ହେବ ଗଣିତ ସମୀକରଣ

ଗୁଜରାଟ: ପ୍ରାୟତଃ ସମସ୍ତଙ୍କୁ ଗଣିତ କଷ୍ଟ ଲାଗିଥାଏ ହେଲେ ଯେତେବେଳେ ଜୀବନରେ ଗଣିତର ସାମ୍ନା କରିବାକୁ ପଡ଼ିଥାଏ ତେବେ ଅଲଗା କିଛି ଘଟିଥାଏ । ଯଦି କୌଣସି କମ୍ପାନୀ ଚାକିରି ଦେବା ପାଇଁ ଇଣ୍ଟରଭ୍ୟୁ ନିଏ ତେବେ ବ୍ୟକ୍ତିଙ୍କ ଟେଷ୍ଟପାଇଁ କିଛି ନା କିଛି ପ୍ରଶ୍ନ ପଚାରିଥାଏ । କିନ୍ତୁ ଏକ ବିଜ୍ଞାପନରେ ଏପରି କିଛି ପ୍ରଶ୍ନ ଦିଆଯାଇଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି । ଏକ ବିଦ୍ୟାଳୟରେ ଗଣିତ ଶିକ୍ଷକ ଦରକାର ଥିଲା, ବିଜ୍ଞାପନରେ ସେ ସିଧା ସଳଖ ଏପରି ପ୍ରଶ୍ନ ପଚାରିଛନ୍ତି ଯାହାକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଷ୍ଟରରେ ଫୋନ ନମ୍ବର ଯାଗାରେ ଏପରି ପ୍ରଶ୍ନ ଥିଲା ଯାହାକୁ କଷିଲା ପରେ ଯେଉଁ ଉତ୍ତର ବାହାରିବ ତାହା ହେଉଛି ଫୋନ ନମ୍ବର ।

ବର୍ତ୍ତମାନ ଲୋକମାନେ କିଛି ନୂଆ ବିଜ୍ଞାପନ ଦେଖିବାକୁ ପସନ୍ଦ କରୁଛନ୍ତି ।ଗୁଜରାଟର ଏକ ବିଦ୍ୟାଳୟରେ ଏମିତି କିଛି ଦେଖିବାକୁ ମିଳିଥିଲା; ତାଙ୍କର ବିଜ୍ଞାପନ ଅନଲାଇନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୁଜୁରାଟ ବିଦ୍ୟାଳୟରେ ଫୋନ୍ ନମ୍ବର ପାଇବାକୁ ହେଲେ ଆବେଦନକାରୀଙ୍କୁ ଏକ ସମୀକରଣ ସମାଧାନ କରିବାକୁ ପଡିବ । ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କ ପାଇଁ ଏକ ବିଜ୍ଞାପନ ଇଣ୍ଟରନେଟରେ ଲୋକପ୍ରିୟ ହୋଇପାରିଛି। ଏହି କୌତୁହଳ ପୂର୍ଣ୍ଣ ବିଜ୍ଞାପନ ଇଣ୍ଟରଭ୍ୟୁର ପ୍ରଥମ ସୋପାନ ଅଟେ ।

ବିଦ୍ୟାଳୟ ତାଙ୍କ ଫୋନ୍ ନମ୍ବରକୁ ଏକ ସମୀକରଣ ମଧ୍ୟରେ ଲୁଚାଇ ଏହାକୁ ସଫଳ କରିଛି । ଏହି ପୋଷ୍ଟ ଦ୍ୱାରା ହର୍ଷ ଗୋଏଙ୍କାଙ୍କ ସମେତ ଅନ୍ୟ ଅନେକ ଉପଭୋକ୍ତା ପ୍ରଭାବିତ ହୋଇଥିଲେ । ଏକ ସରଳ କ୍ୟାପସନ୍ ସହିତ ସେ ଏହାକୁ ଟ୍ୱିଟ୍ କରିଛନ୍ତି। “ଆପଣ ଏହି ବିଜ୍ଞାପନ ଦେଖିଛନ୍ତି କି?” ଇଣ୍ଟରନେଟରେ ଅନେକ ଲୋକ ମଧ୍ୟ ସମୀକରଣର ସମାଧାନ ପାଇଁ ଆଗକୁ ଆସିଥିଲେ। ଏହି ପୋଷ୍ଟକୁ ଗୋଟିଏ ଦିନ ପୂର୍ବରୁ ଟ୍ୱିଟ କରାଯାଇଥିଲା। ଟ୍ୱିଟ୍ ହେବା ପରଠାରୁ ଏହାକୁ ୧.୭ ମିଲିୟନ୍ ଥର ଦେଖାଯାଇଛି ଏବଂ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହ ଏହି ପୋଷ୍ଟରେ ପ୍ରାୟ ୨୦,୦୦୦ ଲାଇକ୍ ମିଳିଛି। ଲୋକମାନେ ବିଜ୍ଞାପନରେ ବିଭିନ୍ନ ମନ୍ତବ୍ୟ ଦେଇଥିଲେ। ଜଣେ ବ୍ୟକ୍ତି ଲେଖିଛନ୍ତି, “ସମୟ ସଞ୍ଚୟ ହୋଇଛି! ଜିଜ୍ଞାସା ସମାଧାନକାରୀ ତୁରନ୍ତ ନିଯୁକ୍ତି ପାଆନ୍ତୁ! ହାହା।”

Related Articles

Back to top button