ଜେଏମଏମର ବରିଷ୍ଠ ନେତା ତଥା ବିଧାୟକ ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ

ଜେଏମଏମର ବରିଷ୍ଠ ନେତା ତଥା ବିଧାୟକ ନେତା ଚମ୍ପଇ ସୋରେନ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜନୈତିକ ସଙ୍କଟ ଭିତରେ ଚମ୍ପଇଙ୍କୁ ସରକାର ଗଢ଼ିବା ଲାଗି ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନ ଆମନ୍ତ୍ରଣ କରିଥିଲେ।ଆସ୍ଥା ଭୋଟ୍ ରେ ଜିତି ଚମ୍ପାଇ ସୋରେନ ସରକାର ଗଢ଼ିଛନ୍ତି। ନିକଟରେ ଜମି ଦୁର୍ନୀତି ମାମଲା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବରୁ ଚମ୍ପଇ ସୋରେନଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିବା ବେଳେ ସୋମବାର ବିଧାନସଭାରେ ଚାଲିଥିବା ଫ୍ଲୋର୍ ଟେଷ୍ଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପାଇ। ଏହି ବିଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି ଚମ୍ପାଇ ସରକାର।  ଫେବୃଆରୀ ୫ ତାରିଖରେ ଝାଡ଼ଖଣ୍ଡରେ ଆସ୍ଥା ଭୋଟ୍‌ ହୋଇ ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ବିଧାୟକମାନଙ୍କଠାରୁ ଆସ୍ଥା ଭୋଟ ହାତେଇଛନ୍ତି।  ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷନ୍‌ ଚମ୍ପାଇ ସୋରେନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡ ବିଧାନସଭାରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଚମ୍ପାଇ ସୋ‌ରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ପୁଣି କାର୍ଯ୍ୟ ଆରମ୍ଭ ହେବ।

 

 

 

ଅର୍ଥ ହେରଫେର ମାମଲା ସହ ଜଡ଼ିତ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ସେ ଚମ୍ପାଇ ସୋ‌ରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ତଙ୍କ ଦଳକୁ ପରାମର୍ଶ ଦେଇଥିଲେ। ଗିରଫ ହୋଇଥିବା ସତ୍ୱେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ହେମନ୍ତ ସୋରେନଙ୍କୁ ବିଧାନସଭାର ସଦସ୍ୟ ଭାବରେ ତାଙ୍କର ଅଧିକାରକୁ ସ୍ୱୀକୃତି ଦେଇ ଟ୍ରଷ୍ଟ ଭୋଟରେ ଯୋଗଦେବାକୁ ଅନୁମତି ଦେଇଥିଲେ। ତେବେ ସେ ସୋମବାର ଦିନ ପହଞ୍ଚି ଭୋଟ୍‌ ମଧ୍ୟ ଦେଇଥିଲେ।

Related Articles

Back to top button