ଭାରତୀୟ ଯବାନଙ୍କ ପାଇଁ ଡିଆରଡିଓ ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ କରିବାକୁ ଯାଉଛି ।

ଭାରତୀୟ ଯବାନଙ୍କ ପାଇଁ ଡିଆରଡିଓ ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ କରିବାକୁ ଯାଉଛି । ଏହାକୁ ପିନ୍ଧି ଯବାନ ଉଡିପାରିବା ସହିତ ଅପରେସନ କରିପାରିବେ । ଆଜି ପର୍ଯ୍ୟନ୍ତ କେବଳ ବ୍ରିଟେନର ଏକ କମ୍ପାନୀ ହିଁ ଏହି ପ୍ରକାର ସୁଟ୍ ପ୍ରସ୍ତୁତ କରିପାରିଛି । ସମସ୍ତ ଦେଶ ଏହି କମ୍ପାନୀଠୁ ଏହି ସୁଟ୍ ନିଜ ସେନାଙ୍କ ପାଇଁ କିଣିଥାନ୍ତି ।ପ୍ରତିରକ୍ଷା ମନ୍ତ୍ରାଳୟର ଏକ ଦସ୍ତାବେଜ ଅନୁସାରେ ଡିଆରଡିଓ ଜେଟପ୍ୟାକ୍ ସୁଟ୍ ପ୍ରସ୍ତୁତ ନେଇ ଏକ ଅଧ୍ୟୟନ ଆରମ୍ଭ କରିଛି । ତଦନୁସାରେ ସର୍ବପ୍ରଥମେ ଏହାର ପ୍ରୋଟୋଟାଇପ୍ ପ୍ରସ୍ତୁତ କରାଯାଉଛି । କିନ୍ତୁ ଏହି ପ୍ରୋଟୋଟାଇପ୍ ବଜାରରେ ଥିବା ସମସ୍ତ ଜେଟପ୍ୟାକ ଇଞ୍ଜିନଠୁ ଭିନ୍ନ ହେବ । ଏପର୍ଯ୍ୟନ୍ତ ଯେଉଁ ଜେଟ୍ ଇଞ୍ଜିନ୍ ବ୍ୟବହାର କରାଯାଉଛି ସେସମସ୍ତ ମାଇକ୍ରୋ ଗ୍ୟାସ୍ ଟର୍ବାଇନ୍ ଇଞ୍ଜିନ୍ ବିଶିଷ୍ଟ ହୋଇଥାଏ । କିନ୍ତୁ ଡିଆରଡିଓ ଗ୍ୟାସ୍ ଟର୍ବାଇନ୍ ଇଞ୍ଜିନ୍ ବଦଳରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରୋ ଡକ୍ଟେଡ୍ ଫ୍ୟାନ୍ସ ପ୍ରସ୍ତୁତ କରିବ । ଏହାକୁ ‘’ଓ୍ବିୟେରବଲ୍ ହ୍ୟୁମାନ ଫ୍ଲାଇଟ୍ ପ୍ଲାଟଫର୍ମ’’ ନାଁ ଦିଆଯାଇଛି ।

Related Articles

Back to top button