ଶାହରୁଖ ଖାନ ଏବଂ ସମୀର ୱାନଖେଡେଙ୍କ ହ୍ୱାଟ୍ସଆପ ଚାଟ ଭାଇରାଲ

ନୂଆଦିଲ୍ଲୀ: ଏନସିବିର ପୂର୍ବତନ ଆଣ୍ଟି ଡ୍ରଗ୍ସ ଅଧିକାରୀ ସମୀର ୱାନଖେଡେ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ହ୍ୱାଟ୍ସଆପ ଚାଟ ଭାଇରାଲ ହେବାରେ ଲାଗିଛି । ଏହି ଚାଟ ସେହି ସମୟର ଯେଉଁ ସମୟରେ ସମୀର ୱାନଖେଡେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲେ ।

ବର୍ତ୍ତମାନ ଏହି ମାମଲାରେ ସମୀର ୱାନଖେଡେଙ୍କ ବିରୋଧରେ ଏଫଆଇଆଇ ପଞ୍ଜିକରଣ କରାଯାଇ, ସିବିଆଇ ତଦନ୍ତ କରୁଛି । ଆର୍ଯ୍ୟନ ଖାନଙ୍କ ଜାମିନ ପାଇଁ ସେ ଶାହାରୁଖ ଖାନଙ୍କ ଠାରୁ ୨୫ କୋଟି ଟଙ୍କା ନେଇଥିବାର ଅଭିଯୋଗ ହୋଇଛି । ତେଣୁ ନିଜକୁ ନିର୍ଦ୍ଧୋଶ ପ୍ରମାଣିତ କରିବା ପାଇଁ ଏହି ଚାଟକୁ ସେ ଲୋକଲୋଚନକୁ ଆଣିଛନ୍ତି ।

ସମୀର ୱାନଖେଡେ ଏହି ଚାଟକୁ ନେଇ ଦାବି କରିଛନ୍ତି ଯେ, ଆର୍ଯ୍ୟନ ଖାନଙ୍କ ଗିରଫ ସମୟରେ ସେ ଶାହରୁଖ ଖାନଙ୍କୁ ସାହାଯ୍ୟ କରିଥିଲେ । ଆର୍ଯ୍ୟନ ଖାନଙ୍କ ସହ ସେ କୋମଳ ବାର୍ତ୍ତାଳାପ କରୁଥିଲେ । ଶାହରୁଖ ଖାନ ସମୀର ୱାନଖେଡେଙ୍କୁ ବହୁତ ମେସେଜ ମଧ୍ୟ କରିଥିଲେ । ସେ କେବଳ ଅନୁରୋଧ କରୁଥିଲେ ଯେ, ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ ଏବଂ ତାଙ୍କ ପୁଅ ସହିତ କୋମଳ ଭାବେ କଥା ହେବାକୁ । ଶାହରୁଖ ଖାନ ଗୋଟିଏ ମେସେଜରେ କହିଥିଲେ ଯେ, ‘ପ୍ଲିଜ ମୋ ପୁଅ ଆର୍ଯ୍ୟନକୁ ଜେଲରେ ରଖନ୍ତୁ ନାହିଁ, ମୁଁ ଆପଣଙ୍କୁ ଏହା ଭିକ ମାଗୁଛି.. ନଚେତ ସେ ଭାଙ୍ଗି ପଡିବ ।’

Related Articles

Back to top button