ସାୱରକରଙ୍କ ପୋଷ୍ଟରକୁ ନେଇ ବିବାଦ, ଶିମୋଗାରେ ଲାଗିଲା କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

ଶିମୋଗା: କର୍ନାଟକର ଶିମୋଗାରେ ସ୍ୱାଧିନତା ଦିବସରେ ସାୱରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ବିବାଦକୁ ନେଇ ହିଂସା ଉପୁଜିଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥିତି ଅଣାୟତ ହେବାରୁ ପ୍ରଶାସନ ପକ୍ଷରୁ ସହରରେ ୧୮ ଅଗଷ୍ଟ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି । ଏହାସହ ସହରର ସମସ୍ତ ସ୍କୁଲ କଲେଜକୁ ବି ବନ୍ଦ କରି ଦିଆଯାଇଛି ।

ଟିପୁ ସୁଲତାନ ସେନାର କେତେଜଣ ସଦସ୍ୟଙ୍କ ଦ୍ୱାରା ସହରର ଅମିଦ ଅମହମ୍ମଦ ସର୍କଲରେ ଖମ୍ବରେ ଲାଗିଥିବା ସାୱରକରଙ୍କ ପୋଷ୍ଟରକୁ ଚିରି ଦେଇଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସେଠାରୁ ଲୋକଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିଥିଲା । କୁହାଯାଉଛି କି ହିନ୍ଦୁବାଦୀ ସଙ୍ଗଠନ ସହ ଜଡ଼ିତ କେତେଜଣ ବ୍ୟକ୍ତି ସାୱରକରଙ୍କ ପୋଷ୍ଟର ସେଠାରେ ଲଗାଇଥିଲେ । ଏହାର କିଛି ସମୟ ପରେ ଟିପୁ ସୁଲତାନ ସେନାର ପତାକା ଧରି କେତେଜଣ ମୁସଲମାନ ଯୁବକ ସେଠାରେ ପହଞ୍ଚି ସାୱରକରଙ୍କ ପୋଷ୍ଟରକୁ ଚିରିବାକୁ ଚେଷ୍ଟା କରିଥିଲେ । ହିନ୍ଦୁ ଓ ମୁସଲମାନ ଯୁବକଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ଆରମ୍ଭ ହୋଇ ଯାଇଥିଲା । ପରେ ଏହା ହିଂସାର ରୂପ ନେଇଥିଲା ।

Related Articles

Back to top button