ଜାମିନ ଆବେଦନ ଫେରାଇ ନେଲେ ଶ୍ରଦ୍ଧା ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲ ତାଙ୍କ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଦୀଲ୍ଲୀର ଏକ ଅଦାଲତରେ ଦାଏର କରିଥିବା ଜାମିନ ଆବେଦନକୁ ସେ ଫେରାଇ ନେଇଛନ୍ତି । ଅଫତାବ ଏବଂ ତାଙ୍କର ଓକିଲଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଜାମିନ ଫେରାଇ ନେଇଥିବା ଜଣାଯାଇଛି ।

ଅଫତାଫଙ୍କ ଓକିଲ ଏମଏସ ଖାନଙ୍କ କହିବା ଅନୁଯାୟୀ, ସୋମବାର ଅଫତାଫଙ୍କ ସହ ୫୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହା ପରେ ଜାମିନ ଆବେଦନ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ । ଅଫତାଫଙ୍କ ଓକିଲ ସ୍ପଷ୍ଟ କହିଛନ୍ତି, ଭୁଲ ସୂଚନା ପାଇ ସେ ଜାମିନ ଆବେଦନ ଦାଏର କରିଥିଲେ । ଦିଲ୍ଲୀ ପୋଲିସ କୋର୍ଟରେ ଜବାବ ଦାଖଲ କରି କହିଥିଲା ଯେ, ଅଫତାବ ପୁନାବାଲାଙ୍କୁ ଜାମିନ ମିଳିବା ଉଚିତ ନୁହେଁ । କାରଣ ତାଙ୍କର ଅପରାଧ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ।

Related Articles

Back to top button