ଶୁଭମନ ଗିଲଙ୍କୁ ପଞ୍ଜାବର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ କରାଯାଇଛି

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲଙ୍କୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପଞ୍ଜାବର ‘ଷ୍ଟେଟ ଆଇକନ୍’ ଭାବରେ ନିଯୁକ୍ତ କରାଯାଇଛି । ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ତରଫରୁ ଏ ନେଇ ସୂଚନା ମିଳିଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ୍ ସି ଶୁଭମନ ଗିଲଙ୍କ ଦାୟିତ୍ୱ ନେଇ ସୂଚନା ଦେଇଛନ୍ତି ।

ଆସନ୍ତା ଲୋକସଭା ନିର୍ବାଚନରେ ଶୁଭମନ ଗିଲ୍ ବିଭିନ୍ନ ଅଭିଯାନରେ ସାମିଲ ହେବେ । ଭୋଟରମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିବ । ଫଳରେ ଚଳିତବର୍ଷ ୭୦ ପ୍ରତିଶତରୁ ଅଧିକ ଭୋଟିଂ କରିବା ଲକ୍ଷ୍ୟରେ ସଫଳ ହୋଇପାରିବ ପଞ୍ଜାବ ।

ସିବିନ୍ ସି କହିଛନ୍ତି ଯେ ଭୋଟିଂ କମ୍ ହେଉଥିବା ବିଭିନ୍ନ ଅଞ୍ଚଳରେ ଗିଲ ସଚେତନତା ଅଭିଯାନରେ ଭୋଟିଂ ପାଇଁ ଅପିଲ୍ କରି ଭୋଟରଙ୍କୁ ଉତ୍ସାହିତ କରିବେ, ଯାହା ରାଜ୍ୟରେ ଭୋଟ୍ ପ୍ରତିଶତ ବୃଦ୍ଧି କରିବାରେ ଖୁବ ସହାୟକ ହୋଇପାରିବ । ଏହାପୂର୍ବରୁ ଲୋକପ୍ରିୟ ପଞ୍ଜାବୀ ଗାୟକ ତାରସେମ ଜାସରଙ୍କୁ ‘ଷ୍ଟେଟ ଆଇକନ୍’ ଭାବରେ ମନୋନୀତ କରାଯାଇଥିଲା ଏବଂ ସେ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ । ଶୁଭମନ ଗିଲ ଏବଂ ତାରସେମଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଧିକ ଭୋଟର ଚଳିତବର୍ଷ ନିଜ ମତଦାନ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Related Articles

Back to top button