ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ

ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ । ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀ ବିଭିନ୍ନ ରାଜ୍ୟ ଗସ୍ତ କରିବା ଅର୍ଥ ୨୦୨୪ ନିର୍ବାଚନ ତାରିଖ କ୍ୟାଲେଣ୍ଡର ୨୦୧୯ ସହ ସମାନ ହୋଇପାରେ ।

ଗତ ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା । ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମେ ୨୩ରେ ଭୋଟ ଗଣନା ହୋଇଥିଲା ।ଚଳିତବର୍ଷ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି । ଏହି କାରଣରୁ ନିର୍ବାଚନ ଆୟୋଗର କିଛି ଅଧିକାରୀ ଲଗାତର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସୁତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଜମ୍ମୁ କାଶ୍ମୀରର ସୁରକ୍ଷା ଯାଞ୍ଚ ପାଇଁ ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖ ମଧ୍ୟରେ ଗସ୍ତ କରିବେ

Related Articles

Back to top button