ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ସୋନାଲି ଫୋଗାଟଙ୍କ ଝିଅ ୟଶୋଧରା

ନୂଆଦିଲ୍ଲୀ: ବିଜେପି ନେତା ତଥା ଅଭିନେତ୍ରୀ ସୋନାଲୀ ଫୋଗାଟ ଗୋଆରେ ଅଗଷ୍ଟ ୨୩ରେ ମୃତ୍ୟୁବରଣ କରିଥିଲେ। ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗବାନ ଓ ତାଙ୍କ ସାଥୀ ସୁଖବିନ୍ଦରଙ୍କୁ ପୁଲିସ ଗିରଫ କରିଥିଲା । ଆଉ ଏବେ ଏହିି ମାମଲାକୁ ନେଇ ସୋନାଲିଙ୍କ ଝିଅ ୟଶୋଧରା ଫୋଗାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ମୋ ମା’ଙ୍କ ହତ୍ୟାର ସିବିଆଇ ଯାଞ୍ଚ କରାଯାଉ ବୋଲି ୟଶୋଧରା ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ପରିବାରବର୍ଗ ୟଶୋଧରାଙ୍କ ପୁଲିସ ସୁରକ୍ଷା ଦାବି କରିଛନ୍ତି । ସୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ସମସ୍ତ ସମ୍ପତ୍ତିର ହକଦାର ତାଙ୍କ ଝିଅ ହୋଇଥିବାରୁ ୟଶୋଧରାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାରବର୍ଗ କହିଛନ୍ତି।

Related Articles

Back to top button