କଂଗ୍ରେସର ୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି 

ହିମାଚଳପ୍ରଦେଶରେ କ୍ରସ ଭୋଟିଂକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭା ନିର୍ବାଚନରେ ଦଳର ହ୍ୱିପକୁ ଉଲ୍ଲଘଂନ କରି କ୍ରସ ଭୋଟିଂ କରିଥିବା କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି କୁଳଦୀପ ସିଂ ପଠାନିଆ । ସାମ୍ବାଦିକ ସମ୍ମିଳନୀ କହି କୁଳଦୀପ କହିଛନ୍ତି, ଦଳବଦଳ ଆଇନ ଅନୁଯାୟୀ ୬ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ପରେ ଉଭୟ ପକ୍ଷକୁ ଶୁଣିବା ପରେ ଏଭଳି ନିଷ୍ପତ୍ତି ନିଆଯାଉଛି । ତୁରନ୍ତ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ବାଚସ୍ପତି କୁଳଦୀପ ସିଂ ପଠାନିଆ କହିଛନ୍ତି, ବିଧାୟକ ମାନେ କଂଗ୍ରେସ ଚିହ୍ନରେ ଲଢି ବିଜୟୀ ହୋଇଥିଲେ । କିନ୍ତୁ ଦଳର ହ୍ୱିପ୍ ଉଲ୍ଲଂଘନ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିଲେ । ବାଚସ୍ପତି କହିଛନ୍ତି, ସୁପ୍ରିମକୋର୍ଟ ଓ ଅନ୍ୟ କୋର୍ଟଙ୍କ ରାୟକୁ ଅଧ୍ୟୟନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେଉଁ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି ସେମାନେ ହେଉଛନ୍ତି, ସୁଧୀର ଶର୍ମା, ରବି ଠାକୁର, ରାଜେନ୍ଦ୍ର ସିଂ ରାଣା, ଚୈତନ୍ୟ ଶର୍ମା, ଦେବେନ୍ଦ୍ର ଭୁଟ୍ଟୋ, ଇନ୍ଦର ଦତ୍ତ ଲଖନପାଲ ।

Related Articles

Back to top button