ଉତ୍କଳ ବିଶ୍ୱବିଦ୍ୟାଳୟର 53 ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର 53 ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ । ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ।

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ରାଷ୍ଟ୍ରପତିଙ୍କ ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା । ସନ୍ଧ୍ୟା 5.20 ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବାଣୀବିହାର ଅଭିମୁଖେ ଆସିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ଶ୍ରୀ ଦାସ ସମାବର୍ତ୍ତନ ଉତ୍ସବ ସମ୍ପର୍କରେ ଘୋଷଣା କରିଥିଲେ । କୁଳପତି ପ୍ରଫେସର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେବେ । କୁଳାଧିପତି ଶ୍ରୀ ଦାସ 166 ଜଣଙ୍କୁ ପିଏଚ୍‌ଡି/ଡିଲିଟ୍‌ ଡିଗ୍ରି ପ୍ରଦାନ କରିବେ । ରାଷ୍ଟ୍ରପତି 3 ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ 10 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିବେ । କାର୍ଯ୍ୟକ୍ରମ ଶେଷରେ ରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ି ରାଜଭବନ ଅଭିମୁଖେ ଯିବେ ।

କ୍ୟାମ୍ପସକୁ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରବେଶ ପଥଠାରୁ ଦୀକ୍ଷାନ୍ତ ଭବନ ପର୍ଯ୍ୟନ୍ତ ରାସ୍ତା ଓ ପ୍ରଶାସନିକ ଭବନକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଦୀକ୍ଷାନ୍ତ ଭବନର କାନ୍ଥକୁ ବି ଆଲୋକୀକରଣ କରାଯାଇଛି । ପ୍ରଶାସନିକ ଭବନଠାରୁ ଦୀକ୍ଷାନ୍ତ ଭବନ ପର୍ଯ୍ୟନ୍ତ ଯିବା ପାଇଁ ସ୍ବତନ୍ତ୍ର କରିଡର ହୋଇଛି । ପାଖାପାଖି ଏକ ହଜାର ବ୍ୟକ୍ତିବିଶେଷ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । କ୍ୟାମ୍ପସରେ ଥିବା ପ୍ରେକ୍ଷାଳୟରେ ବଡ଼ ଏଲ୍‌ଇଡି ଲଗାଯାଇ ସେଥିରେ ସମାବର୍ତ୍ତନ ଉତ୍ସବର ସିଧାପ୍ରସାରଣ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

Related Articles

Back to top button