ଏସ୍ଏସ୍‌ସି ନିଯୁକ୍ତିରେ ଘୋଟାଲା ଘଟଣା: ଅଗଷ୍ଟ ୩୧ ଯାଏଁ ବଢିଲା ପ୍ରାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ନ୍ୟାୟିକ ହେପାଜତ

କୋଲକାତା: ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପୂର୍ବତନ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଚଳିତ ମାସ ଶେଷ (ଅଗଷ୍ଟ ୩୧) ଯାଏଁ ବୃଦ୍ଧି କରାଯାଇଛି । ଆଜି (ଗୁରୁବାର) କୋଲକାତାର ପିଏମ୍‌ଏଲ୍‌ଏ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ଉଭୟଙ୍କ ବିଚାର ବିଭାଗୀୟ ଅବଧିକୁ ବଢାଇ ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଗତମାସରେ ଉଭୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହି ମାମଲାର ପୂର୍ବ ଶୁଣାଣି ଚଳିତ ମାସ ୫ ତାରିଖରେ ହୋଇଥିଲା । ଏଥିରେ ପ୍ରାର୍ଥ ଓ ଅର୍ପିତାଙ୍କ ଜାମିନ ଖାରଜ କରିବା ସହ ଉଭୟଙ୍କୁ ୧୮ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ଆଜି ଏହି ଅବଧି ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ଉଭୟଙ୍କ ଜାମିନ ଖାରଜ କରିବା ସହ ଉଭୟଙ୍କୁ ଚଳିତ ମାସ ଶେଷ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ପିଏମ୍ଏଲ୍‌ଏ କୋର୍ଟ ।

ଗତମାସରେ ତତ୍କାଳୀନ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ପିତାଙ୍କ ଘରୁ ପ୍ରର୍ଯ୍ୟାୟ କ୍ରମେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଥିଲା । ଉଭୟ ସେବେଠାରୁ ଜେଲରେ ଅଛନ୍ତି । ୨୦୨୪ରୁ ୨୦୨୧ ଯାଏଁ ପ୍ରାର୍ଥ ଚାଟାର୍ଜୀ ମମତା ସରକାରରେ ଶିକ୍ଷାମନ୍ତ୍ରୀ ଥିବା ବେଳେ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ପରେ ପ୍ରାର୍ଥଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛି ମମତା ବାନାର୍ଜୀଙ୍କ ସରକାର ।

Related Articles

Back to top button