ସେପ୍ଟେମ୍ବର ୧୩ରୁ +୨ ଇନ୍‍ଷ୍ଟାଣ୍ଟ ପରୀକ୍ଷା, ୨୨ରୁ ଆବେଦନ

ଭୁବନେଶ୍ବର: ସେପ୍ଟେମ୍ବର ୧୩ ତାରିଖରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଇନ୍‍ଷ୍ଟାଣ୍ଟ ପରୀକ୍ଷା ହେବ। ଏ ନେଇ ଆସନ୍ତା ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଇଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ ପରୀକ୍ଷା ।

ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯେଉଁ ଛାତ୍ରଛାତ୍ରୀ ପାସ ମାର୍କ ରଖି କେବଳ ଗୋଟିଏ ବିଷୟରେ ଫେଲ୍‌ ହୋଇଛନ୍ତି ସେମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ । ଅଗଷ୍ଟ ୨୨ରୁ ୨୪ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ୨୫ ଏବଂ ୨୬ ତାରିଖରେ ପରୀକ୍ଷା ଫର୍ମ ପୂରଣ ଫି’ ପୈଠ କରାଯିବ। ପ୍ରାକ୍ଟିକାଲ ନଥିବା ବିଷୟ ଲାଗି ୫୨୦ ଟଙ୍କା ଓ ପ୍ରାକ୍ଟିକାଲ ଥିଲେ ୫୬୦ ଟଙ୍କା ଫି ପୈଠ କରାଯିବ ।

ଛାତ୍ରଛାତ୍ରୀଙ୍କର ଥିଓରୀ ପରୀକ୍ଷା ସେପ୍ଟେମ୍ବର ୧୩ ଓ ପ୍ରାକ୍ଟିକାଲ୍‍ ପରୀକ୍ଷା ୧୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପୂର୍ବାହ୍ନ ୧୦ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କେବଳ ବାୟୋଲଜି ଲାଗି ୨୦ ମିନିଟ୍‍ ଅଧିକ ସମୟ ଦିଆଯିବ। ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୧୬୦୦ ମଧ୍ୟରେ ରହିଛି । ପରୀକ୍ଷା ଶେଷ ହେବା ପରେ ସେପ୍ଟେମ୍ବର ୨୫ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button