ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ଏହି ଘଟଣା ପାଟନା ଜିଲାର ଗୌରୀଚକ ପୋଲିସ ଷ୍ଟେଶନର ସୋହଗି ଗ୍ରାମରେ ଘଟିଛି। ଏଠାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡିରେ ପଥର ଫିଙ୍ଗିଥିଲେ। ଏହି ଗାଡ଼ିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଥିଲେ।

Related Articles

Back to top button