‘ବୁଲ୍‌ବୁଲ୍‌-ଏ-ପାକିସ୍ତାନ’ ଗାୟିକା ନାୟାରା ନୂର୍‌ଙ୍କ ପରଲୋକ

ଭାରତ ଜନ୍ମିତ ପାକିସ୍ତାନ ମେଲୋଡି କୁଇନ୍‌ ନାୟାରା ନୂର୍‌ଙ୍କ ରବିବାର ପରଲୋକ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ କିଛିଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ୧୯୫୦ରେ ଆସାମର ଗୁଆହାଟୀରେ ଗାୟିକା ନାୟାରାଙ୍କ ଜନ୍ମ। ତାଙ୍କୁ ୭ ବର୍ଷ ହୋଇଥିବାବେଳେ ପରିବାର ସହ ସେ ପାକିସ୍ତାନ ପଳାଇଯାଇଥିଲେ। ପିଲାବେଳୁ ତାଙ୍କୁ ବେଗମ୍‌ ଅଖ୍‌ତର ଗଜଲ୍‌, କାନନ ଦେବୀ ଭଜନ ବେଶ୍‌ ପସନ୍ଦ ଥିଲା। ଗଜଲ ପାଇଁ ନାୟରା ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ୧୯୭୧ରେ ସେ ପାକିସ୍ତାନୀ ସିରିଏଲ୍‌ରେ ଡେବ୍ୟୁ କରିବା ସହ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୭୩ରେ ତାଙ୍କୁ ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ନାଇଗର ଏବଂ ୨୦୦୬ରେ ବୁଲ୍‌ବୁଲ୍‌-ଏ-ପାକିସ୍ତାନ ସମ୍ମାନ ପ୍ରଦାନ କରାଯାଇଥିଲା।

Related Articles

Back to top button