ପୁଣି ଥରେ ମହାକାଶକୁ ଯିବେ ସୁନୀତା ୱିଲିୟମ୍‌ସ

ତୃତୀୟଥର ପାଇଁ ମହାକାଶକୁ ଯିବେ ସୁନୀତା ୱିଲିୟମ୍‌ସ । ନାସାର ଜଣେ ବିଶିଷ୍ଟ ମହାକାଶଚାରୀ ସୁନୀତା ୱିଲିୟମ୍‌ସ ବର୍ତ୍ତମାନ ମହାକାଶକୁ ଯିବା ପାଇଁ ତାଲିମ ନେଉଛନ୍ତି । ଆସନ୍ତା ମେ‘ ୬ ତାରିଖରେ ସୁନୀତା ତାଙ୍କର ତୃତୀୟ ମହାକାଶ ଯାତ୍ରା ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ୨୦୦୬ ଡିସେମ୍ବର ୯ ତାରିଖରେ ସୁନୀତା ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ । ପ୍ରଥମ ଥର ପାଇଁ ଯାତ୍ରା କରିଥିବା ମହାକାଶ ଯାନର ନାମ ଥିଲା ‘ଡିସ୍‌କଭରୀ’ । ସେ ଦ୍ୱିତୀୟ ଥର ପାଇଁ ୨୦୧୨ ଜୁଲାଇ ୧୫ରେ ମହାକାଶ ଯାତ୍ରା କରିଥିଲେ ।

Related Articles

Back to top button