ଆସନ୍ତାକାଲି ୧୩ଟି ରାଜ୍ୟରେ ୧୦୮ ନିର୍ବାଚନ ମଣ୍ତଳୀରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଆସନ୍ତାକାଲି ୧୩ଟି ରାଜ୍ୟରେ ୧୦୮ ନିର୍ବାଚନ ମଣ୍ତଳୀରେ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଯାଉଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର୍, ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଥିବା ବେଳେ ବିଜେପିର ଓମ୍ ବିର୍ଲା, ହେମାମାଳିନୀ, ଗଜେନ୍ଦ୍ରସିଂ ଶେଖାୱତଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି ହେବ । ଲୋକସଭା ନିର୍ବାଚନ ମୋଟ୍ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟିଂ ସରିଛି । ଏଥିରେ ୬୫.୫ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି ।

Related Articles

Back to top button