ନୋଏଡାରେ ସ୍ୱିଗି ବଏଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଲା ଅଜ୍ଞାତ ଗାଡି, ଡେଲିଭରି ବୟର ଘଟଣାସ୍ଥଳରେ ମୃତ୍ୟୁ

ନୋଏଡା: ନୋଏଡାରେ  ଜଣେ ସ୍ୱିଗି ଏଜେଣ୍ଟଙ୍କୁ ଜଣେ ଅଜ୍ଞାତ ଗାଡିଧକ୍କା ଦେବା ପରେ ତାଙ୍କୁ ୫୦୦ ମିଟର ଘୋଷାଡି ନେଇଛି । ଫଳରେ ଡେଲିଭରି ବୟର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ହୋଇଯାଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି ।

ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୃତକଙ୍କ ସମ୍ପର୍କୀୟ ଭାଇ ଏ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଜାନୁଆାରୀ ୧ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଅମିତ ତାଙ୍କ ଭାଇ କୌଶଲଙ୍କୁ ଫୋନ କରିଥିଲେ । କେହି ଅଜ୍ଞାତ ବ୍ୟକ୍ତି ଫୋନ ଉଠାଇଥିଲେ । ସେ ଏହି ଦୁର୍ଘଟଣା ଖବର ତାଙ୍କୁ ଦେଇଥିଲେ । ଅମିତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ କୌଶଲଙ୍କ ମୃତ ଦେହ ରାସ୍ତା  ଉପରେ ପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଅଭିଯୋଗ ପାଇବା ପରେ ପୋଲିସର ଘଟଣାର ଛାନଭିନ କରିଥିଲା । ଦିଲ୍ଲୀ-ନୋଏଡା ମୁଖ୍ୟ ସଡକରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ସିସିଟିଭିରୁ ଜଣା ପଡିଥିଲା, ଦିଲ୍ଲୀ ସୀମାରୁ ଅଳ୍ପଦୂର ତଥା ନୋଏଡା ସୀମା ଭିତରେରେ ଏହି ଦୁର୍ଘଟଣା ଘଟିଥିଲା  । ହେଲେ କୌଶଲଙ୍କ ମୃତ ଦେହ ପଡିଥିଲା ଦିଲ୍ଲୀର ଶନି ମନ୍ଦିର ନିକଟରେ । ଏହା ଭିତରେ ଯେଉଁ ସିସିଟିଭି ଲାଗିଥିଲା ପୋଲିସ ତାହାର ଯାଞ୍ଚ କରିଛି । ତେବେ କୁହୁଡି ଯୋଗୁ ଗୌଶାଲା ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଠିକ ଦେଖା ଯାଉ ନ ଥିବା ପୋଲିସ କହିଛି । ତେବେ ପୋଲିସ କାର ଚାଳକଙ୍କୁ ଖୋଜୁଛି । ଶିଘ୍ର ଅଭିଯୁକ୍ତଙ୍କୁ ଧରିବ ବୋଲି କହିଛି ।

Related Articles

Back to top button