ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା: ହଷ୍ଟେଲ ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି କି ଡାକ୍ତରଙ୍କ ପ୍ରେମିକା ତାଙ୍କ ସହ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଓ ଫଟୋ ତାଙ୍କୁ ପଠାଉଥିଲେ । ପୋଲିସ କହିଛି ଏହି ମାମଲାରେ ରାମନାଥପୁରମ କାମୁଦିରେ ରହୁଥିବା ଡାକ୍ତର ଆଶିକ ଓ ତାଙ୍କ ପ୍ରେମିକା ଜନନୀଙ୍କୁ ଆଇପିସି ଓ ଆଇଟି ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି ।

ହଷ୍ଟେଲରେ ଯେତେବେଳେ ଛାତ୍ରୀମାନେ ଡ୍ରେସ ଚେଞ୍ଜ କରୁଥିଲେ ଅବା ଗାଧୋଉଥିଲେ ସେତିକି ବେଳେ ଜନନୀ ସେମାନଙ୍କର ଭିଡିଓ ଓ ଫଟୋ ଉଠାଇ ହ୍ୱାଟସ୍‌ଆପ ମାଧ୍ୟମରେ ପୁରୁଷ ବନ୍ଧୁ ତଥା ଡାକ୍ତର ଆଶିକଙ୍କ ନିକଟକୁ ପଠାଉଥିଲେ । ହଷ୍ଟେଲର ଅନ୍ୟଜଣେ ସହପାଠୀ ଯେତେବେଳେ ଜଜନୀଙ୍କ ଫୋନ ଚେକ୍ କରୁଥିଲେ ତାଙ୍କୁ ଏ ବିଷୟରେ ଜଣାପଡିବା ସହ ଫୋନରେ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ଦେଖିବାକୁ ମିଳିଥିଲା । ଏହାପରେ ଏ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡନଙ୍କୁ ଅବଗତ କରାଯାଇଥିଲା । ଏନେଇ ମଦୁରାଇ ଆନ୍ନା ନଗର ପୋଲିସ ଷ୍ଟେଶନରେ ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ, ଜନନୀ ଉକ୍ତ ୱାର୍କିଂ ଗର୍ଲସ ଓ ପିଜି ହଷ୍ଟେଲରେ ଗତ ମାର୍ଚ୍ଚ ମାସରୁ ରହି ଆସୁଛନ୍ତି । ସେବେଠାରୁ ସେ ଏଭଳି ଅଶ୍ଳିଳ ଫଟୋ ଓ ଭିଡିଓ ତାଙ୍କ ପ୍ରେମିକ ଆଶିକଙ୍କ ପାଖକୁ ପଠାଇ ଆସୁଛନ୍ତି । ଗୋଟିଏ କ୍ଲିନକରେ ଆଶିକଙ୍କ ସହ କାମ କରୁଥିବା ଜନନୀ ପ୍ରଥମେ ତାଙ୍କ ନିଜର କିଛି ନ୍ୟୁଡ ଫଟୋ ଓ ଭଡିଓ ଆଶିକଙ୍କ ସହ ଶ୍ରେୟାର କରିଥିଲେ । ଉଭୟଙ୍କ ମଧ୍ୟରେ ରିଲେଶନ ଥିବା ବେଳେ ପରେ ଆଶିକଙ୍କ ଅନୁରୋଧ କ୍ରମରେ ସେ ତାଙ୍କ ହଷ୍ଟେଲ ମେଟ୍‌ଙ୍କ ଫଟୋ ଓ ଭଡିଓ ଆଶିକଙ୍କ ପାଖକୁ ପଠାଉଥିଲେ । ଏବେ ଉଭୟଙ୍କ ଫୋନ ପୋଲିସ ଜବତ କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।

Related Articles

Back to top button