ବସ୍‌ରେ କଫ ସିରପ୍‌ ଚାଲାଣ, କଣ୍ଡକ୍ଟର ଗିରଫ

ସୋହେଲା: ବରଗଡ଼ ଜିଲାରେ କଫ ସିରପ କାରବାର ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି । ଏକ ଯାତ୍ରୀବାହୀ ବସ୍‌(ନଂ-ଓଡ଼୧୭ସି ୨୫୫୫)ଯୋଗ କଫ୍‌ ସିରପ୍‌ ଚାଲାଣ ହେବାବେଳେ ସୋହେଲା ଥାନା ପୋଲିସ ହାତରେ ଧରାପଡ଼ିଛି । ଉକ୍ତ ବସ୍‌ରେ ୭ପେଟିରେ ରହିଥିବା ୭୯୮ବୋତଲ କଫ ସିରପକୁ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ବସ କଣ୍ଡକ୍ଟର ତଥା ବରଗଡ଼ ଜିଲା ପଦ୍ମପୁର ଥାନା ଗୌଡ଼ପାଲି ଗ୍ରାମର ସରୋଜ କୁମାର ସାହୁ(୪୧)ଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ ବସ୍‌କୁ ଜବତ କରିଛି । ଏହା ସହିତ ୨ଟି ମୋବାଇଲ ଏବଂ ନଗଦ ୨ହଜାର ଟଙ୍କା ମଧ୍ୟ ଜବତ ହୋଇଥିବାବେଳେ ଏ ନେଇ ସୋହେଲା ଥାନାରେ ଏକ ମାମଲା(ନଂ-୧୯୫/୨୨) ରୁଜୁ ହୋଇଛି ।
ମଙ୍ଗଳବାର ସୋହେଲା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇ କହିଥିଲେ, ସୋମବାର ସକାଳୁ ଭୁବନେଶ୍ୱରରୁ ପଦ୍ମପୁର ଅଭିମୁଖେ ସମ୍ପୃକ୍ତ ଯାତ୍ରୀବାହୀ ବସ୍‌ ଆସୁଥିଲା । ସେହି ବସ୍‌ ଯୋଚ୍ଚେଗ କଫ ସିରପ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା । ଏସପି ସ୍ମିଥ୍‌ ପି. ପରମାର୍‌ଙ୍କ ନିର୍ଦ୍ଦେଶକ୍ରମେ ସୋହେଲାରେ ପୋଲିସ ଉକ୍ତ ବସ୍‌କୁ ଯାଞ୍ଚ କରିଥିଲା ଏବଂ କଫ ସିରପ ଜବତ କରିଥିଲା । ଗିରଫ ବସ୍‌ କଣ୍ଡକ୍ଟର ସରୋଜ ସେହି କଫ ସିରପକୁ ଭୁବନେଶ୍ୱରରୁ ପଦ୍ମପୁରକୁ ଆଣୁଥିଲେ । ପଦ୍ମପୁରର ଫକୀର ଖାନ୍‌ ତାହା ବସରେ ଲୋଡ଼ କରୁଥିଲେ ଏବଂ ସେହି କଫ ସିରପ ସବୁ ପଦ୍ମପୁରର ସରୋଜ ବାଗଙ୍କ ପାଖ ନାମକ ଜଣେ ଲୋକଙ୍କ ପାଖକୁ ଆସୁଥିବା ଜଣାପଡ଼ିଥିଲା । ଏଥିରେ ବସ୍‌ କଣ୍ଡକ୍ଟରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏସଡିପିଓ ଭୋଇ କହିଥିଲେ । ଏହା ସହିତ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ତନାଘନା ଚାଲିଥିବା ସେ କହିଥିଲେ । ଏହା ସହିତ ବସ କଣ୍ଡକ୍ଟରମାନଙ୍କୁ ବସ୍‌ ମାଲିକମାନେ ସେଥିପ୍ରତି ତାଗିଦ୍‌ କରିବାକୁ ମଧ୍ୟ ଏସଡ଼ିପିଓ ଭୋଇ ପରାମର୍ଶ ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସୋହେଲା ଥାନା ଆଇଆଇସି ଏଚ.ବି ଗଡ଼ତିଆ ମଧ୍ୟ ଉପସ୍ଥିତ ଥିଲେ ।

Related Articles

Back to top button