୨୦୨୪ ସାଧାରଣ ନିର୍ବାଚନରେ ନିର୍ବାଚନ ଲଢିପାରନ୍ତି ତାମିଲସାଇ ସୁନ୍ଦରରାଜନ

ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ତାମିଲସାଇ ସୁନ୍ଦରରାଜନ । ତେଲେଙ୍ଗାନା ସମେତ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ସୁନ୍ଦରରାଜନ । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣିଥରେ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ । ଚଳିତ ସାଧାରଣ ନିର୍ବାଚନରେ ସୁନ୍ଦରରାଜନଙ୍କୁ ତାମିଲନାଡୁରୁ ବିଜେପି ପ୍ରାର୍ଥୀ ଭାବେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି

ଏହାପୂର୍ବରୁ ସୁନ୍ଦରରାଜନ ତାମିଲନାଡୁ ବିଜେପିର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁରେ ବିଜେପିର ମଙ୍ଗ ଧରିଥିଲେ ସୁନ୍ଦରରାଜନ । ତେବେ ରାଜ୍ୟପାଳ ହେବା ପୂର୍ବରୁ ସୁନ୍ଦରରାଜନ ଦୁଇ ଦଶନ୍ଧି ଧରି ବିଜେପିରେ କାର୍ଯ୍ୟ କରି ଆସୁଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ସୁନ୍ଦରରାଜନ ନିର୍ବାଚନ ଲଢିପାରନ୍ତି ।

Related Articles

Back to top button