ବିଜେଡି଼ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ହାଇକୋର୍ଟରେ ପହଂଚିଲା ମାମଲା

ବିଜେଡି଼ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ହାଇକୋର୍ଟରେ ପହଂଚିଲା ମାମଲା। ପୋଲିସର ନିସ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ବିଧାୟକଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାଶ। ବିଧାୟକଙ୍କ ବିରୋଧରେ ଜଗତସିଂହପୁରରେ ରୁଜୁ ହୋଇଥିବା ମାମଲା ବିରୋଧରେ ପୋଲିସ୍ ଠିକ୍ ଭାବରେ ତଦନ୍ତ କରୁ ନଥିବା ଅଭିଯୋଗ ଆଣିଛନ୍ତି ସୋମାଲିକା। ଏନେଇ ସେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଆଉ ଏହି ମାମଲାରେ ବିଧାୟକ ବିଜୟ ଶଙ୍କର , ଜଗତସିଂହପୁର ଏସପିଙ୍କ ସହ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ତେବେ, ନିର୍ବାଚନ ପୂର୍ବରୁ ବିଧାୟକଙ୍କ ପାଇଁ ଏହି ମାମଲା ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

ସୂଚନା ଅନୁସାରେ, ନିକଟର ଅତିତରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହାକୁ ବିରୋଧ କରି ସୋମାଲିକା କଟକ ସବରେଜିଷ୍ଟ୍ରାରଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ଯାହାକୁ ନେଇ ଘନେଇଥିଲା ବିବାଦ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ରହିଛି ।।

Related Articles

Back to top button