ଅହମ୍ମଦାବାଦରେ ଅଟ୍ଟାଳିକାର ୭ମ ମହଲାରେ ଭୀଷଣ ଅଗ୍ନିକାଣ୍ଡ: ଜଣେ ନାବାଳିକା ମୃତ, ୧୧ଟି ଦମକଳ ଗାଡି ନିୟୋଜିତ

ଅହମ୍ମଦାବାଦ : ଅହମ୍ମଦାବାଦର ଶାହୀବାଗ ଅଞ୍ଚଳରେ ଏକ ବଡ ଅଘଟଣ ଘଟିଥିବା ନେଇ ଶନିବାର ଖବର ମିଳିଛି। ଏକ ଅଟ୍ଟାଳିକାର ୭ମ ମହଲାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ଏକ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଫଶି ରହିଛନ୍ତି। ଏହି ସମୟରେ ଅନେକ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରି ଥିଲେ। ଖବର ପାଇବା ମାତ୍ରେ ୧୧ଟି ଦମକଳ ଗାଡି ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ନିଆଁରେ ପୋଡି ହୋଇ ଏକ ନାବାଳିକାର ମୃତ୍ୟୁ ହୋଇଛି। ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Related Articles

Back to top button