୨୦୨୩ ସୁଦ୍ଧା ଜିପିଏସ୍ ବଦଳରେ ହେବ ନିଜର ଲୋକେସନ ସର୍ଭିସ ସିଷ୍ଟମ, ମୋବାଇଲ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସବୁ ମୋବାଇଲ କମ୍ପାନୀଙ୍କୁ ୨୦୨୩ ସୁଦ୍ଧା ନିଜର ଲୋକେସନ ସିଷ୍ଟମ ନେଭିଗେସନ ୱିଥ୍ ଇଣ୍ଡିଆନ କନଷ୍ଟୋଲେସନ (ଏନଏଭିଆଇକେ) ଡେଭଲପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ଦେଶରେ ସବୁ ସ୍ମାର୍ଟ ଫୋନରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍) ବଦଳେ ଏନଏଭିଆଇକେ ସୁବିଧାରେ ଉପଲବ୍ଧ ହେବ।  ଏଥି ଲାଗି ସରକାର ୨୦୦୬ ମସିହାରେ ୧୭.୪ କୋଟି ଟଙ୍କା ଆବଣ୍ଟିତ କରିଥିଲେ।

ଏବେ ଦେଶରେ ସବୁ ସ୍ମାର୍ଟ ଫୋନର ଲୋକେସନ ଆମେରିକୀୟ ଜିପିଏସ୍ ମାଧ୍ୟମରେ ଜଣାପଡୁଛି। ତେବେ ଦେଶର ମୋବାଇଲ କମ୍ପାନୀମାନେ ୨୦୨୫ ସୁଦ୍ଧା ଏହା ଆରମ୍ଭ କରିବାକୁ ଚାହୁଁଛନ୍ତି। ନାଭିକ ସ୍ୱଦେଶୀ ହୋଇଥିବାରୁ ଭାରତରେ ଉନ୍ନତ ପଥ ପ୍ରଦର୍ଶକ ହୋଇପାରିବ ବୋଲି ସରକାର ଭାବୁଛନ୍ତି। ଏହା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ମଜଭୁତି ମିଳିବ। ଏ ନେଇ ମୋବାଇଲ ନିର୍ମାତା ଓ ସରକାରଙ୍କ ମଧ୍ୟରେ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଅନେକ ବୈଠକ ମଧ୍ୟ ହେଲାଣି।

ଏହି ବୈଠକକୁ ସାଓମି ଓ ସାମସଙ୍ଗଙ୍କୁ ମଧ୍ୟ ଡକାଯାଇଥିଲା। କାରଣ ଦେଶରେ ଏହି ଦୁଇ ମୋବାଇଲ କମ୍ପାନୀଙ୍କର ସବୁଠୁ ଅଧିକ ସ୍ମାର୍ଟଫୋନ ବିକ୍ରି ହେଉଛି। ଦେଶରେ ଏହି ଦୁଇ ଫୋନଙ୍କ ମାର୍କେଟ୍ ସେଆର ପ୍ରାୟ ୩୮ ପ୍ରତିଶତ। ତେବେ ଭାରତୀୟ ବଜାରରେ ମାତ୍ର ୩ ପ୍ରତିଶତ ମାର୍କେଟ ସେୟାର ଥିବା ଆମେରିକୀୟ ଆପଲ ଫୋନ ବୈଠକକୁ ତାଙ୍କର ପ୍ରତିନିଧି ପଠାଇଥିଲେ।

ତେବେ ସରକାରଙ୍କ ନାଭିକ ପ୍ରକଳ୍ପକୁ ନେଇ ମୋବାଇଲ କମ୍ପାନୀମାନେ ବାହାନା କରୁଛନ୍ତି। ସାମସଙ୍ଗ ଓ ସାଓମି ସମେତ ଅନେକ କମ୍ପାନୀ ଏହା ଯୋଗୁ ଫୋନ ନିର୍ମାଣ ବାବଦ ବ୍ୟୟ ବଢ଼ିଯିବ ବୋଲି କହିଛନ୍ତି। ଏଣୁ ସରକାରଙ୍କୁ ଅଧିକ ୨ ବର୍ଷ ସମୟ ମାଗିଛନ୍ତି। ତେବେ ଫୋନର ନିର୍ମାଣ ବ୍ୟୟ ବଢିବା ସହିତ ମୂଲ୍ୟ ମଧ୍ୟ ବଢିବ ବୋଲି ସରକାର ତର୍କ ରଖିଛନ୍ତି। ଏହା ପରେ କମ୍ପାନୀମାନେ ୨୦୨୩ରେ ଏହାକୁ ଲାଗୁ କରିଦିଆଗଲେ କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି।

Related Articles

Back to top button