ହ୍ୱାଟସ୍‌ଆପରେ ଏକ ସଙ୍ଗରେ ୩୨ ଜଣଙ୍କ ସହ କରିପାରିବେ ଭିଡିଓ ଏବଂ ଭୟସ କଲ, ଟ୍ରାୟଲ ଆରମ୍ଭ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହ୍ୱାଟସ୍‌ଆପ ତାଙ୍କ ୟୁଜରଙ୍କୁ ଏକ ନୂଆ ସୁବିଧା ଦେବାକୁ ଯାଉଛନ୍ତି। ଏହି ସୁବିଧା ପରେ ହ୍ୱାଟସ୍‌ ଆପ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ଯୋଡି ହୋଇପାରିବେ। ମ୍ୟାସେଜିଂ ଓ କଲିଂ ଲାଗି ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୱାଟସ୍ଆପ୍‌  ତାଙ୍କ ଆପ୍‌ ମାଧ୍ୟମରେ ଭିଡିଓ ଏବଂ ଭୟସ କଲରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡି ହେବା ଲାଗି ଲିଙ୍କ ପଠେଇବାର ସୁବିଧା ମଧ୍ୟ ଉପଲବ୍ଧ କରିବାକୁ ଯାଉଛନ୍ତି।

ଏହି ସୁବିଧା ଆରମ୍ଭ ହେବା ପରେ ଲୋକେ ହ୍ୱାଟସ୍‌ଆପରେ ମିଟିଂ, ସେମାନଙ୍କ ପରିବାର ଓ ବନ୍ଧୁଙ୍କ ସହ ଭିଡିଓରେ କଥାବାର୍ତ୍ତା ହୋଇପାରିବେ। ହ୍ୱାଟସ୍ଆପ୍‌ର ମୂଳ କମ୍ପାନୀ ମେଟାଙ୍କ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ( ସିଇଓ) ମାର୍କ ଜୁକରବର୍ଗ ତାଙ୍କ କମ୍ପାନୀ ୩୨ ଜଣଙ୍କ ପର୍ଯ୍ୟନ୍ତ ସମୂହ ଲାଗି ହ୍ୱାଟସ୍‌ଆପରେ ଭିଡିଓ କଲରେ ଯୋଡି ହେବା ଭଳି ବ୍ୟବସ୍ଥା କରୁଥିବା କହିଛନ୍ତି। ଏହି ସୁବିଧା ଲାଗି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଏବେ ହ୍ୱାଟସ୍ଆପ୍ ଭିଡିଓ କଲରେ ସର୍ବାଧିକ ୮ ଜଣ ଲୋକେ ଯୋଡି ହୋଇପାରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ରେ ଜୁକରବର୍ଗ ଏକ ପୋଷ୍ଟରେ କହିଛନ୍ତି ଯେ ଏହି ସପ୍ତାହରୁ ଆମେ ହ୍ୱାଟସ୍‌ଆପ୍‌ରେ କଲ୍‌ ଲିଂକ ସୁବିଧା ଆରମ୍ଭ କରୁଛୁ, ଫଳରେ ଗୋଟିଏ କ୍ଲିକ୍‌ରେ ଆପଣ ଯେ କୌଣସି କଲ ସହ ସଂଯୁକ୍ତ ହୋଇପାରିବେ। ୩୨ ଜଣଙ୍କ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ଏନକ୍ରିପ୍ଟେଡ୍ ଭିଡିଓ କଲିଂର ମଧ୍ୟ ପରୀକ୍ଷଣ କରିବୁ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜୁକରବର୍ଗ କହିଛନ୍ତିଯେ ଏବେ କଲ୍ ର ବିକଳ୍ପକୁ ଯାଇ କଲ ଲିଂକ ବନେଇ ପାରିବେ ଓ ଏହାକୁ ଆପଣ ଆପଣଙ୍କ ପରିବାର ଓ ବନ୍ଧୁଙ୍କ ମଧ୍ୟରେ ସେୟାର କରିପାରିବେ। କଲ ଲିଂକକୁ ଉପଯୋଗ କରିବା ପାଇଁ ୟୁଜରଙ୍କୁ ସେମାନଙ୍କ ଏପ୍‌କୁ ଅପଡେଟ୍ କରିବାକୁ ପଡିବ।

Related Articles

Back to top button