ଭାରତରେ କାର୍‌ ତିଆରି ଆରମ୍ଭ କରିବ ଟେସ୍ଲା

ନ୍ୟୁୟର୍କ : ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ଟେସ୍ଲା ଭାରତରେ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ କରିବ ବୋଲି ଏହାର ପ୍ରତିଷ୍ଠାତା ଏଲନ୍‌ ମସ୍କ ସୂଚନା ଦେଇଛନ୍ତି ।

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭାରତରେ ଟେସ୍ଲା ନିଜର ଫ୍ୟାକ୍ଟ୍ରି ସ୍ଥାପନ କରିବ ବୋଲି ଏଲନ୍‌ ମସ୍କ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ଆମେରିକା ଗସ୍ତରେ ଅଛନ୍ତି . ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ କରିବା ସହ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଏଥିରେ ଆଲୋଚନା ହେବାରେ ଅଛି । ଏହା ସହ ମୋଦୀ ଜାତିସଂଘରେ ଯୋଗ ଦିବସ ଅବସରରେ ଉଦ୍‌ବୋଧନ ଦେଇଛନ୍ତି ।

ଭାରତରେ ଇଲେକ୍ଟ୍ରିକ୍‌ କାର୍‌ ନିର୍ମାଣ ପାଇଁ ଟେସ୍ଲା କେବେ ଠାରୁ ଉଦ୍ୟମ ଆରମ୍ଭ କରିଛି । ଏବେ ଦେଶରେ ଟେସ୍ଲା ପାଇଁ ପଥ ସୁଗମ ହୋଇଛି ।

Related Articles

Back to top button