ନ୍ୟୁୟର୍କରେ ମୋଦୀ ମୋଦୀ ସ୍ଲୋଗାନ୍

ନୂଆଦିଲ୍ଲୀ: ଆମେରିକା ମାଟିରେ ପାଦ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାଛୋଟି ନେଇଛନ୍ତି ବାଇଡେନ ପ୍ରଶାସନ । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ଜନ୍ ଏଫ୍ କେନେଡି ଏୟାରପୋର୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ରହଣୀସ୍ଥଳ ଅର୍ଥାତ ହୋଟେଲ ଲୋଟେ ନ୍ୟୁୟର୍କ ପ୍ୟାଲେସରେ ପହଁଚିଥିଲେ ମୋଦୀ । ସେଠାରେ ଉକ୍ରଣ୍ଠାର ସହ ଅପେକ୍ଷା କରିଥିବା ପ୍ରବାସୀ ଭାରତୀୟଙ୍କୁ ସେ ଭେଟିଥିଲେ । ପ୍ରିୟ ନେତାଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ ପ୍ରବାସୀଭାରତୀୟ । ସେପଟେ କାହା ସହ ହାତ ମିଶାଇ ସହ ପୁଣି କାହାକୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ।

ଗସ୍ତର ୨ୟ ଦିନରେ ଅର୍ଥାତ ବୁଧବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଶିକ୍ଷାବିତଓ କଳାକ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ପ୍ରମୁଖ ବ୍ୟବସାୟୀ ଓ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଛନ୍ତି ।

ଆମେରିକାରେ ମୋଦୀ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରହିବେ । ଏହି ସମୟ ଭିତରେ ମୋଦୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବେ । ବୁଧବାର ନ୍ୟୁୟର୍କରୁ କାର୍ଯ୍ୟକ୍ରମ ଶେଷ କରି ୱାଶିଂଟନ ଡିସି ଅଭିମୁଖେ ଯାତ୍ରା କରିବେ । ସେଠାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟଲେଡିଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନ କାର୍ଯ୍ୟକ୍ରମ ଯୋଗ ଦେବେ । ଆମେରିକା ଗସ୍ତ ଶେଷ କରି ଇଜିପ୍ଟ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ

Related Articles

Back to top button