ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ

ଭୁବନେଶ୍ବର: ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଆଇଆଇଟି ମାଡ୍ରାସ୍‌ର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସଶକ୍ତ, ସ୍ବଦେଶୀ ଏବଂ ଆତ୍ମନିର୍ଭର ଭାରତର ଡିଜିଟାଲ ଭିତ୍ତିଭୂମିକୁ ପୂରଣ କରିବା ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ସରକାରଙ୍କ ପଦକ୍ଷେପ ସହ ନୀତି ନିର୍ଦ୍ଧାରକଙ୍କୁ ପ୍ରୋତ୍ସାହନ ଦେବା, ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଏହା ଏକ ପରୀକ୍ଷାମୂଳକ ପଦକ୍ଷେପ। ଡାଟା ପ୍ରାଇଭେସି ଦିଗରେ ଭାରତ ଅପରେଟିଂ ସିଷ୍ଟମ ଏକ ସଫଳ ଶୁଭାରମ୍ଭ। ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି ଆଧାରରେ ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ଭାରତ ଅପରେଟିଂ ସିଷ୍ଟମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ। ଉଲ୍ଲେଖନୀୟ, ଧର୍ମେନ୍ଦ୍ରଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Related Articles

Back to top button