୫,୦୦୦ ପ୍ରେକ୍ଷାଳୟରେ ରିଲିଜ୍‌ ହେଲା ‘ପଠାନ’: ୪ ବର୍ଷ ପରେ ପରଦାକୁ ଫେରିଲେ ଶାହାରୁଖ

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ଫିଲ୍ମ ‘ପଠାନ’। ଏହି ଫିଲ୍ମ ମାଧ୍ୟମରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ୪ ବର୍ଷ ପରେ ପରଦାକୁ ଫେରିଛନ୍ତି। ଯାହାକୁ ଦେଖିବାକୁ ଦର୍ଶକ ବହୁଦିନ ହେବ ଅପେକ୍ଷା କରି ରହିଥିଲେ। ଫିଲ୍ମଟି ମୋଟ ୫,୦୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଆଜି ସକାଳୁ ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ୪୫ରୁ ୫୦ କୋଟି ଟଙ୍କାର କଲେକ୍ସନ କରିବ ବୋଲି ଆଶା କରାଯାଉଛି। ୨୫୦ କୋଟି ବଜେଟ ବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଜନ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାର ଅଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଛି।

Related Articles

Back to top button