ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଆଜି କୃଷକମାନଙ୍କ ଆକାଉଣ୍ଟରେ ପହଞ୍ଚିବ ୧୬ ତମ କିସ୍ତି

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଆଜି କୃଷକମାନଙ୍କ ଆକାଉଣ୍ଟରେ ୧୬ ତମ କିସ୍ତି ପହଁଚିବ । ଏହି କିସ୍ତିକୁ କୃଷକମାନେ ବହୁ ସମୟରୁ ଅପେକ୍ଷା କରିଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟବତମାଲରୁ କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ।

ଗତ ୫ ବର୍ଷରେ ଯୋଜନା ମାଧ୍ୟମରେ ୧୧.୮ କୋଟି କୃଷକଙ୍କୁ ଯୋଜନାର ଲାଭ ମିଳିଛି । ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇସାରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି ଲାଭାର୍ଥୀ କୃଷକଙ୍କୁ ପିଏମ କୃଷକ ଯୋଜନାର ୧୬ତମ କିସ୍ତିର ଲାଭ ଦେବେ । ଏଥି ସହ କୃଷକଙ୍କୁ ସମ୍ବୋଧନ ମଧ୍ୟ ଜଣାଇବେ । ଏଥି ସହ ଆପଣ ଏହି ପ୍ରୋଗ୍ରାମକୁ https://pmevents.ncog.gov.in/ ଲିଙ୍କକୁ ଯାଇ ଲାଇଭ ଦେଖି ପାରିବେ ।

ପ୍ରଧାନମନ୍ତ୍ରୀ କୃଷକ ସମ୍ମନ ନିଧି ଯୋଜନା ମାଧ୍ୟମରେ କୃଷକଙ୍କ ଖାତାରେ ୬ ହଜାର ଟଙ୍କା ପଠାଯିବ । ଏହି ରାଶି କୃଷକଙ୍କ ଖାତାରେ ତିନୋଟି କିସ୍ତିରେ ହସ୍ତାନ୍ତରିତ କରାଯିବ । ଆଜି ପ୍ରଧାନମନ୍ତ୍ରୀ କୃଷକଙ୍କ ଖାତାରେ ୨-୨ ହଜାର ଟଙ୍କା ଟ୍ରାନ୍ସଫର କରିବେ ।

Related Articles

Back to top button