ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସୂଚନା : ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରାଜ୍ୟ ବିଜେପି ସହପ୍ରଭାରୀ ଲତା ଉସେଣ୍ଡି ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ଚଣ୍ଡିଖୋଲ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଏକ ସାଧାରଣ ସଭାରେ ମୋଦି ଉଦବୋଧନ ଦେବେ। ଏହାସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୫ ତାରିଖରେ ମୋଦି କେତେବେଳେ ଓଡ଼ିଶାରେ ପହଞ୍ଚିବେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଏହାସହ ମୋଦିଙ୍କର ଏହି ଦିନିକିଆ ଗସ୍ତରେ ଆଉ କିଛି କାର୍ଯ୍ୟକ୍ରମ ରହିଛି କି ନାହିଁ ତାହା ଜଣାପଡ଼ିନାହିଁ।

Related Articles

Back to top button