ଲୋକସଭା ନିର୍ବାଚନରେ ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ

ପଞ୍ଜାବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଆପ। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଭଗବନ୍ତ ମାନଙ୍କ ସହ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି, ଦୁଇବର୍ଷ ପୂର୍ବେ ଯେଭଳି ଆମକୁ ଆଶୀର୍ବାଦ କରିଥିଲେ ଏଥରକ ମଧ୍ୟ ସେଭଳି ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

୨ ବର୍ଷ ପୂର୍ବରେ ୧୧୭ ଆସନରୁ ୯୨ ଆସନରେ ଆଶିର୍ବାଦ କରିଥିଲେ । ଏଣୁ ଆସନ୍ତା ୧୫ ଦିନ ମଧ୍ୟ ୧୪ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଏବଂ ଏଥିରେ ପୁଣିଥରେ ଆଶୀର୍ବାଦ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି । ୨ ମାସ ମଧ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ କଂଗ୍ରେସ ଅଲଗା ନିର୍ବାଚନ ଲଢ଼ିବାକୁ ଥିଲାବେଳେ ଆପ ମଧ୍ୟ ଅଲଗା ନିର୍ବାଚନ ଲଢ଼ିବ । ଇଣ୍ଡିଆ ମେଣ୍ଟର ବୈଠକରେ ହୋଇଥିବା ଆଲୋଚନା ଏବଂ ଏବେ ସମସ୍ତ ରାଜ୍ୟର ଦୃଶ୍ୟ କିଛି ଅଲଗା । ଆସନକୁ ନେଇ ହୋଇଥିବା ବୁଝାମଣାକୁ ନେଇ ଏବେ ଅଲଗା ସଂଖ୍ୟା ଦେଖା ଦେଉଥିବାବେଳେ ପୁଣିଥରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

Related Articles

Back to top button