ଦଣ୍ଡ ଦେବା ବାହାନାରେ ସାଂସଦଙ୍କୁ ମଧ୍ୟାହ୍ନ ଭୋଜନ କରାଇଲେ ମୋଦି

ଦଣ୍ଡ ଦେବି କହି ସାଂସଦଙ୍କୁ ସଂସଦ କ୍ୟାଣ୍ଟିନ ନେଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ସମସ୍ତଙ୍କୁ ଡରାଇ ପରେ ଖୁସି କରାଇଥିଲେ ପ୍ରଧାନମନ୍ତ୍ରୀ । ‘ଚାଲନ୍ତୁ ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି’ କହି ସମସ୍ତଙ୍କୁ ଭୋଜନ କରାଇଥିଲେ ମୋଦି । ଗତକାଲି ଲୋକସଭାର କାର୍ଯ୍ୟ ସରିବା ପରେ ନୂଆ ସଂସଦ ଭବନର କ୍ୟାଣ୍ଟିନରେ ମଧ୍ୟାହ୍ନ ଭୋଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ୮ ଜଣ ସାଂସଦ ମଧ୍ୟ ଥିଲେ । କ୍ୟାଣ୍ଟିନରେ ନିରାମିଷ ଥାଳି ପିଅନ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ମଧ୍ୟାହ୍ନ ଭୋଜନ ଯୋଜନା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ୮ ଜଣ ସାଂସଦଙ୍କ ପାଖକୁ ଫୋନ୍ କଲ୍ ଯାଇଥିଲା । ଫୋନ୍ କଲ୍ ରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସମସ୍ତ ସାଂସଦ ଦ୍ବନ୍ଦର ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେମାନଙ୍କୁ କେଉଁଥିପାଇଁ ଡକାଯାଇଛି ତାହାର ମଧ୍ୟ ସେମାନେ ଜାଣିନଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ କହିଥିଲେ, ଚାଲନ୍ତୁ ଆଜି ମୁଁ ଆପଣଙ୍କୁ ଦଣ୍ଡ ଦେବି ।

ଏହାପରେ ମୋଦି ସମସ୍ତଙ୍କୁ ସଂସଦର କ୍ୟାଣ୍ଟିନ ନେଇ  ସେଠାରେ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିଥିଲେ । ପିଏମ୍ ମୋଦିଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିବା ସାଂସଦମାନେ ହେଲେ, ଏଲ ମୁରୁଗନ, ରିତେଶ ପାଣ୍ଡେ, ହିନା ଗାଭିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ସମିତ ପାତ୍ରା, ରାମ ମୋହନ ନାଇଡୁ ଓ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲ। ମୋଦିଙ୍କ ସହ କ୍ୟାଣ୍ଟିନରେ ପ୍ରାୟ ୧ ଘଣ୍ଟା ସମୟ ବିତାଇଥିଲେ ସମସ୍ତ ସାଂସଦ । ତାଙ୍କସହ ଖାଦ୍ୟ ଖାଇବା ସହ ଆଲୋଚନା ପାଇଁ ଡାକିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Articles

Back to top button