୪୧ଟି ଔଷଧ ଓ ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରିଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ୪୧ଟି ଔଷଧ ଓ ୬ଟି ଫର୍ମୁଲେସନର ମୂଲ୍ୟ ହ୍ରାସ କରିଛନ୍ତି। ସେଗୁଡିକ ମଧ୍ୟରେ ମଧୁମେହ, ହୃଦୟ ଓ ଯକୃତ ରୋଗ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧ ରହିଛି। ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ଯେପରି ଜନସାଧାରଣଙ୍କ ପାଇଁ ସୁଲଭ ରହିବ ସେଥିପାଇଁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ)ର ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଭିନ୍ନ ଔଷଧର ହ୍ରାସ ପାଇଥିବା ମୂଲ୍ୟ ସମ୍ପର୍କରେ ତୁରନ୍ତ ଡିଲର ଓ ଷ୍ଟକିଷ୍ଟଙ୍କୁ ଜଣାଇବାକୁ ଔଷଧ କଂପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button