ଭାରତୀୟ ବାୟୁସେନା ପକ୍ଷରୁ ଅତ୍ୟାଧୁନିକ ସ୍ୱଦେଶୀ ମୋବାଇଲ୍ ଚିକିତ୍ସା ପାଇଁ ଭୀଷ୍ମ କ୍ୟୁବର ସଫଳ ପରୀକ୍ଷଣ

ଭାରତୀୟ ବାୟୁସେନାକୁ ମିଳିଲା ବଡ଼ ସଫଳତା । ଭାରତୀୟ ବାୟୁସେନା ପକ୍ଷରୁ ଅତ୍ୟାଧୁନିକ ସ୍ୱଦେଶୀ ମୋବାଇଲ୍ ଚିକିତ୍ସା ପାଇଁ ଭୀଷ୍ମ କ୍ୟୁବର ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ଭାବରେ ପରୀକ୍ଷଣ ହୋଇଛି । ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଭିନ୍ନ କ୍ଷେତ୍ରରେ ଚିକିତ୍ସା ଯୋଗାଇଦେବା ପାଇଁ ଭୀଷ୍ମ କ୍ୟୁବ ସାହାଯ୍ୟ କରିବ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ” ଏହା ହେଉଛି ଏକ ଅଭିନବ ପ୍ରଯୁକ୍ତିବିଦ୍ୟା ଯାହା ଯେକୌଣସି ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସହାୟତା ଯୋଗାଇବାରେ ସହାୟକ ହେବ “। ଏହା ପ୍ରାୟ ୨୦୦ ଆହତଙ୍କୁ ଚିକିତ୍ସା ଦେବା ପାଇଁ ସହାୟକ ହେବ ।

Related Articles

Back to top button