ଦୁଇ ଦିନ ସ୍ଥଗିତ ହେଲା‘ଦିଲ୍ଲୀ ଚଲୋ’ ଅଭିଯାନ

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି । ଏଥିରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ସହ ସଂଘର୍ଷରେ ଆନ୍ଦୋଳନରତ କୃଷକ ଶୁଭକରନ ସିଂହ ପ୍ରାଣ ହରାଇଛନ୍ତି । ହେଲେ ହରିୟାଣା ପୁଲିସ ଏହି ମୃତ୍ୟୁକୁ ଅସ୍ୱୀକାର କରିଛି । ଏହାପରେ କୃଷକ ନେତା ସରୱାନ ସିଂହ ପାଣ୍ଡେର ସାମ୍ବାଦିକ ସମ୍ମିଳନୀ କରି କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଖାନୌରୀ ଘଟଣାର ସମୀକ୍ଷା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ । ଏବେ କୃଷକ ଆନ୍ଦୋଳନକୁ ଆଜି ଏବଂ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା ହୋଇଛି ।

ସେ କହିଛନ୍ତି ଯେ ସେ ପ୍ରଥମେ ଖାନୌରୀରେ ଏହି ଘଟଣା ବିଷୟରେ ଆଲୋଚନା କରିବେ, ତେଣୁ ସେ ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ନାହିଁ । ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ ଅନେକ ରାଉଣ୍ଡ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ରବର ବୁଲେଟ୍ ମଧ୍ୟ ମାଡ଼ ହୋଇଥିଲା । ଅନ୍ୟପକ୍ଷରେ ଚାଷୀମାନଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ଚାଷୀମାନେ ନିଆଁରେ ଲଙ୍କାଗୁଣ୍ଡ ପକାଇ ପୁଲିସକୁ ଅସ୍ତବ୍ୟସ୍ତ କରିଦେଇଥିବା ସୂଚନା ମିଳିଛି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ଚାଷୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ ପଠାଇଛନ୍ତି । ଶମ୍ଭୁ ସୀମାରେ ଅନୁଷ୍ଠିତ ବୈଠକରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି କହିଛନ୍ତି ।

Related Articles

Back to top button