ଅର୍ଜୁନ ରାମ ମେଘାଳୟଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବର୍ତ୍ତମାନ ଅଦଳବଦଳ ହେବା କଥା ସାମ୍ନାକୁ ଆସିଛି । ଭିନ୍ନ ଭିନ୍ନ ବିଭାଗର ଦାୟିତ୍ୱ ଭାର ସମ୍ଭାଳିଥିବା କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟ ପଦରୁ କଢାଯାଇଛି । ତେବେ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ବର୍ତ୍ତମାନ ଅର୍ଜୁନ ରାମ ମେଘାଳୟଙ୍କୁ ଦିଆଯାଇଛି ।

ଏହି ସୂଚନା ରାଷ୍ଟ୍ରୀୟ ଭବନ ଦ୍ୱାରା ପ୍ରକାଶିତ ଏକ ବିଜ୍ଞପ୍ତିରେ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଭାଗର ପୁନଃ ଆବଣ୍ଟନ କରିଛନ୍ତି ।

ବର୍ତ୍ତମାନ କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟ ପଦରୁ କଢାଯିବା ପରେ ତାଙ୍କୁ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ସେହିପରି ପୂର୍ବରୁ ମେଘୱାଲ ସଂସ୍କୃତି ମନ୍ତ୍ରଣାଳୟର ପଦବୀ ସମ୍ଭାଳୁଥିବା ସହ ବର୍ତ୍ତମାନ ତାଙ୍କୁ ଅନ୍ୟ ଏକ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି ।

Related Articles

Back to top button