ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଜଳଉତ୍ସରେ ମାତ୍ରାଧିକ ଫ୍ଲୋରାଇଡ

ଭୁବନେଶ୍ୱର: ଆମେମାନେ ଦୈନନ୍ଦିନ ଜୀବନରେ ଯେଉଁ ଜଳ ବ୍ୟବହାର କରୁଛେ ତାହା କେତେ ଦୂଷିତ ସେନେଇ ଆପଣମାନେ କେତେ ସାବଧାନ ରହିଛନ୍ତି । ଏହି ଦୂଷିତ ପାଣି ସେବନ କରିବା ଫଳରେ ଆମର ଶ୍ୱାସ, ପେଟ, ଚର୍ମ, କିଡନୀ ଓ ଆଖି ଜନିତ ରୋଗ ବଢ଼ିଥାଏ । ଗତ ୨୦୨୧ ମସିହା ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ତେବେ ବିଶୋଧନ ଅଭାବରୁ ଭୂତଳ ଜଳ ଦୂଷିତ ହେଉଥିବା ଉକ୍ତ ରିପୋର୍ଟରେ କୁହାଯାଇଥିଲା ।

ଗତ ବର୍ଷ ଜୁନ ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ପାନୀୟ ଜଳ, ଜଳ ସମ୍ପଦ ଓ ପଞ୍ଚାୟତିରାଜ ବିଭାଗକୁ ଉକ୍ତ ରିପୋର୍ଟ ଦିଆଯାଇଥିଲା । ରିପୋର୍ଟ ମୁତାବକ, ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ରହିଥିଲା । ଏହି ଦୂଷିତ ଜଳ ସେବନ କରିବା ଫଳରେ ପେଟ ରୋଗ, କିଡନୀ ଓ ରୋଗରୋଗ ବ୍ୟାପୁଥିବା ଜଣାପଡ଼ିଥିଲା ।

ତେବେ ଏହା ମଧ୍ୟରେୁ ରାଜ୍ୟର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରୁ ଆସିଛି ଏକ ବଡ଼ ଖବର । ବ୍ଲକର ବିଭିନ୍ନ ନଦୀ, ନଳକୂପ ଓ ଅନ୍ୟ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ଫଳରେ ଲୋକଙ୍କଠାରେ କିଡନୀ ରୋଗ ବୃଦ୍ଧି ପାଉଥିବା ଦେଖାଯାଉଛି । ଅଧିକାଂଶ ନଳକୂପ ପାଣି ସେବନ କରି ଲୋକଙ୍କର ଦାନ୍ତ ନଷ୍ଟ ହେବା ସହ ହାଡ଼ ବଙ୍କା ହୋଇ ଯାଉଥିବା ଅଭିଯୋଗ କରାଯାଇଛି । ଅଧିକାଶ ଗାଁ ଓ ପଞ୍ଚାୟତରେ ପାନୀୟ ଜଳକୁ ନେଇ ଲୋକମାନେ ମୃତ୍ୟୁମୁଖରେ ପଡ଼ୁଥିବା ଦେଖାଯାଇଛି ।

Related Articles

Back to top button